ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ

ସୋନପୁର,୧୪।୯(ନି.ପ୍ର.)
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ରାତିରେ ଏକ ଗ୍ୟାଙ୍ଗ ଲାଠି ଧରି ଯାନବାହାନ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଗାଡି ନ ଅଟକିଲେ ଟେକା ପଥର ମାଡ କରାଯାଉଛି। ଏଥିଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କିନ୍ତୁ ଏହା ମଦ୍ୟପଙ୍କ କାମ କହି ପୋଲିସ ଘଟଣାକୁ ବେଶ୍‌ ହାଲୁକା ଭାବେ ନେଉଛି। ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ରାସ୍ତା ଉପରକୁ ଆସି ଏକ ବୋଲେରୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଡ୍ରାଇଭର ଗାଡି ଅଟକାଇ ନ ଥିଲେ। ପରେ ଏକ ଆମ୍ବୁଲାନ୍ସକୁ ଅଟକାଇ ଥିଲେ। ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇବାରୁ ଦୁର୍ବୃତ୍ତମାନେ ଟେକା ପଥର ମାଡ କରି ଗାଡି କାଚ ଭାଙ୍ଗି ଦେଇଥିଲେ। ସେହିପରି ନୂଆପଡା ଜିଲାଖରିଆରରୁ ବରହମପୁର ଯାଉଥିବା ଉମାକାନ୍ତ ନାମକ ଯାତ୍ରୀବାହୀ ବସ୍‌କୁ ଅଟକାଇବାକୁ ଚେଷ୍ଟା କରି ପଥର ମାଡ କରାଯାଇଥିଲା। ଏହି ବସ୍‌ର ପଛ ପଟ କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। କେତେକଙ୍କ ଭିଆଇପି ଗାଡିକୁ ମଧ୍ୟ ପଥର ମାଡ ହୋଇଥିଲା। ବରଗଡ ଜିଲା ପଦ୍ମପୁରରୁ ବରହମପୁର ଯାଉଥିବା ବଡପଣ୍ଡା ନାମକ ବସ୍‌କୁ ମଧ୍ୟ ପଥର ମାଡ ହୋଇଥିଲା। ପ୍ରାୟ ୪୫ ମିନିଟ୍‌ ଧରି ଏହି ରାସ୍ତାରେ ଦୁର୍ବୃତ୍ତଙ୍କ ରାଜ ଚାଲିଥିଲା। ଭୟରେ ରାସ୍ତାରେ ଯାନବହାନ ଚଳାଚଳ ବନ୍ଦ ରହିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପାଇଁ ରାସ୍ତା ଉପରେ ଗାଡି ମୋଟର ଛିଡା କରି ହୋହଲ୍ଲା କରିଥିଲେ। ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡିକ ଛିଡା ହୋଇ ରହିଥିଲା। ସୋନପୁର ଏସଡିପିଓ ମିହିର କୁମାର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ଦୁର୍ବୃତ୍ତମାନେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ପଛପଟ କାଚ ଭାଙ୍ଗିଥିବା ଉମାକାନ୍ତ ନାମକ ଯାତ୍ରୀବାହୀ ବସ୍‌ ସୋନପୁର ଥାନା ସମ୍ମୁଖରେ ରାତିରେ ଅଧାଘଣ୍ଟା ଛିଡା ହେବା ପରେ ଯାତ୍ରୀଙ୍କୁ ନେଇ ବହହମପୁର ଅଭିମୁଖେ ଯାଇଥିଲା। ଏସ୍‌ପି ଦେବୀପ୍ରସାଦ ଦାଶ ଓ ସୋନପୁର ଆଇଆଇସି ଲୋକେଶ କୁମାର ସାହୁ ଏବେ ଛୁଟିରେ ଅଛନ୍ତି। ଏଭଳି ସ୍ଥିତିରେ ଦୁର୍ବୃତ୍ତଙ୍କ ଦୌରାତ୍ମ ବୃଦ୍ଧି ପାଇଛି। ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ରାତିରେ ଯାତାୟାତ କରିବାକୁ ଲୋକେ ନିରାପଦ ମଣୁନାହାନ୍ତି। ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବାକୁ ଦାବି ହେଉଛି। ଅନ୍ୟପକ୍ଷେ ଗୁରୁବାର ରାତି ଘଟଣା ସମ୍ପର୍କରେ ସୋନପୁର ଥାନା ସହିତ ଯୋଗାଯୋଗ କରିବାରୁ କୌଣସି ଲିଖିତ ଅଭିଯୋଗ ନଥିବା ପୋଲିସ ସଫେଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri