Categories: ଜାତୀୟ

ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା,୨୮।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏକ ପ୍ରତିମୂର୍ତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ପାଟନାଠାରେ ଉନ୍ମୋଚନ କରିଛନ୍ତି। ଜେଟଲୀଙ୍କ ଜନ୍ମଦିନ ଅବସରରେ ଏହି ମୂର୍ତ୍ତ ଉନ୍ମୋଚନ କରାଯାଇଛି। ଏହି ସମୟରେ ଜେଟଲୀଙ୍କ ପରିବାର ସଦସ୍ୟଙ୍କ ସମେତ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜେଟଲୀ ବେଶ୍‌ କିଛି ଦନ ହେବ କର୍କଟ ରୋଗରେ ପୀଡିତ ଥିବା ବେଳେ ଗତ ଅଗଷ୍ଟ ୧୯ରେ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ତାଙ୍କର ମୃତ୍ୟୁ ହୋଇଥିଲା।

Share