ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ

ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା। ପପୁମ୍‌ ପାରେ ଜିଲାର ବନ୍ଦରଦଓ୍ବୋ ବନାଞ୍ଚଳ ଡିଭିଜନରେ କାକୋଇ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି। ଏହା ଏକ ଅଣ୍ଡିରା କଇଁଚ୍ଛ । ଏହାକୁ କାକୋଇର ବାସିନ୍ଦା ଓ୍ବରୁ ନାକୋଙ୍ଗ ଜଙ୍ଗଲରୁ ଉଦ୍ଧାର କରିଛନ୍ତି। ପୂର୍ବରୁ ଉଦ୍ଧାର କରାଯାଇଥିବା ପ୍ରଥମ କଇଁଚ୍ଛକୁ ଇଟାନଗର ଚିଡ଼ିଆଖାନାକୁ ପଠାଯାଇଥିବା ଖବର ନାକୋଙ୍ଗ ଜାଣିିଥିବାରୁ ଦ୍ୱିତୀୟଟିକୁ ନମାରିବା ପାଇଁ ତାଙ୍କ ବାପାଙ୍କୁ କହିଥିଲେ । ଏହାପରେ ତାହାକୁ ଇଟାନଗର ଚିଡ଼ିଆଖାନାକୁ ପଠାଇଦେଇଛନ୍ତି।

Share