Posted inଜାତୀୟ

ଅଯୋଧ୍ୟା ରାୟ ପୂର୍ବରୁ ଶାନ୍ତ ରହିବାକୁ ଧର୍ମୀୟ ନେତାଙ୍କ ଆହ୍ବାନ

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ ମୁସଲମାନ ସଂଗଠନ ଏବଂ ଧର୍ମୀୟ ନେତାମାନେ ଆହ୍ବାନ ଦେଇଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ଲାଗି ଶୁକ୍ରବାର ନମାଜ ପାଠ ପୂର୍ବରୁ ଉତ୍ତରପ୍ରଦେଶର ମୁସଲମାନ ମୌଲବୀମାନେ ଅନୁରୋଧ କରିଛନ୍ତି। ସମ୍ବିଧାନ ଓ ବିଚାର ବ୍ୟବସ୍ଥା ଉପରେ ବିଶ୍ୱାସ ରଖି ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ଲାଗି ଇମାମ୍‌ମାନେ ଲୋକଙ୍କୁ ପରାମର୍ଶ ଦେବା ଉଚିତ ବୋଲି ଅଖିଳ ଭାରତୀୟ ମୁସଲମାନ ପର୍ସନାଲ ଲ’ ବୋର୍ଡ ସଦସ୍ୟ ମୌଲାନା ଖଲିଦ ରଶିଦ ଫିରଙ୍ଗୀ ମହାଲି କହିଛନ୍ତି। ୧୭ରେ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅବସର ପୂର୍ବରୁ ଅଯୋଧ୍ୟା ରାୟ ପ୍ରକାଶ ପାଇବା ଆଶା କରାଯାଉଛି। ଏହି ସମ୍ବେଦନଶୀଳ ମାମଲା ରାୟ ଉପରେ ସାରା ବିଶ୍ୱର ନଜର ରହିଛି। ତେଣୁ କୋର୍ଟ ରାୟକୁ ସମ୍ମାନ ଦେବା ସହ ଶାନ୍ତି ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ମୌଲାନା ଖଲିଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି...

ଅଗ୍ନିବୀର ଯୋଜନାକୁ ନେଇ ସରକାର ନେବେ ବଡ ନିଷ୍ପତ୍ତି? ରାଜନାଥ ଦେଲେ ସୂଚନା

ନୂଆଦିଲ୍ଲୀ,୨୮।୩: ଅଗ୍ନିବୀର ଯୋଜନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ...

ଛିଣ୍ଡିଲା କଥା! ମହାମେଣ୍ଟରେ ସମାଧାନ ହେଲା ସିଟ ଶେୟାରିଂ ପ୍ରସଙ୍ଗ, କାଲି ଘୋଷଣା

ପାଟନା,୨୮।୩: ବିହାରରୁ ଏକ ବଡ ଖବର ଆସିଛି, ଯେଉଁଠାରେ ଗ୍ରାଣ୍ଡ ଆଲାଇନ୍ସରେ ସିଟ ବଣ୍ଟନ ବିଷୟରେ ଆଲୋଚନା ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଏହି ବିଷୟରେ...

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

ଶିବସେନାରେ ସାମିଲ ହେଲେ ଗୋବିନ୍ଦା, ଏହି ଆସନରୁ ଲଢିବେ ନିର୍ବାଚନ

ମୁମ୍ବାଇ,୨୮।୩: ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ...

Video: ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଟ୍ରାକ୍‌ର ଝଲକ ଦେଖାଇଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୨୮।୩: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ...

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ,୨୮।୩: ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଶ୍ୱସ୍ତି ମିଳିନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri