Categories: ଜାତୀୟ

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ ଦାଖଲ ହେବ ମଧ୍ୟସ୍ଥତା ରିପୋର୍ଟ; ୨୫ରୁ ଶୁଣାଣି

ନୂଆଦିଲ୍ଲୀ,୧୧।୭: ଅଯୋଧ୍ୟା ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଆବେଦନକାରୀ ସୂଚିତ କରିଥିଲେ ଯେ, ଏହି ମାମଲାରେ ମଧ୍ୟସ୍ଥଙ୍କ ଠିକ ଭାବେ କାର୍ଯ୍ୟ କରୁ ନାହାଁନ୍ତି। ତେବେ ସୁପ୍ରିମ୍‌କୋର୍ଟ ପ୍ରକାଶ କରିଥିଲେ ମଧ୍ୟସ୍ଥଙ୍କ ଦିଆଯାଇଥିବା ସମୟ ସୀମା ସରିବାକୁ ଯାଉଛି। ଏହାର ରିପୋର୍ଟ ଜୁଲାଇ ୧୮ରେ ଦାଖଲ କରାଯିବ। ଏହାପରେ ଓପନକୋର୍ଟରେ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି।

Share