ଅଯୋଧ୍ୟା: ନାମ ହିଁ ଯଥେଷ୍ଟ

ସୟଦ୍‌ ସଫିର୍‌ ଅଲି
ଭାରତବର୍ଷର ସବୁଠାରୁ ଅଧିକ ସମୟ ଚର୍ଚ୍ଚିତ ଆନ୍ଦୋଳନର ନାମ ଥିଲା ରାମ ମନ୍ଦିର ଏବଂ ୯ ନଭେମ୍ବର ୨୦୧୯ରେ ଏହାର ପରିସମାପ୍ତି ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବ୍ରୀ ମସ୍‌ଜିଦ, ରାମ ମନ୍ଦିର ବିବାଦ କେବେଠାରୁ ଆରମ୍ଭହେଲା ତାହାର ଠିକ୍‌ ଉତ୍ତର ହୁଏ ତ ଦେବା ଅସମ୍ଭବ। ଏହା ଆଲୋଚନା କରିବା ପୂର୍ବରୁ ଆସନ୍ତୁ ପ୍ରଥମେ ଅଯୋଧ୍ୟାକୁ ଜାଣିବା।
୭୫ଟି ଜିଲା ଥିବା ଭାରତର ସବୁଠାରୁ ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶର ଅଯୋଧ୍ୟା ହେଉଛି ଅନ୍ୟତମ ଜିଲା। ପୂର୍ବରୁ ଏହା ଫୈଜାବାଦ ଭାବରେ ନାମିତ ଥିଲା। ଇତିହାସ କହେ ୧୭୩୦ ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ନୱାବ ଅଲି ୱର୍ଦ୍ଦି ଖଁା ଏହାକୁ ପ୍ରତିଷ୍ଠା କରିଥିଲେ। ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ୬ ନଭେମ୍ବର ୨୦୧୮ରେ ଏହି ଜିଲାକୁ ଫୈଜାବାଦରୁ ଅଯୋଧ୍ୟାକୁ ନାମ ପରିବର୍ତ୍ତନ କରିଛନ୍ତି। ଫୈଜାବାଦ ନାମରେ ଏବେ କେବଳ ଏକ ସହର ଏହି ଅଯୋଧ୍ୟା ଜିଲା ମଧ୍ୟରେ ରହିଛି ଏବଂ ଅଯୋଧ୍ୟା ନାମକ ସହରଟି ମଧ୍ୟ ଏହି ଜିଲା ଅନ୍ତର୍ଭୁକ୍ତ ରହିଛି। ଅଯୋଧ୍ୟା ଜିଲାରେ ହିନ୍ଦୁ ଓ ମୁସଲମାନ ସଂଖ୍ୟାର ଅନୁପାତ ସଂଯୋଗବଶତଃ ସମଗ୍ର ଭାରତବର୍ଷର ହିନ୍ଦୁ ଓ ମୁସଲମାନ ସଂଖ୍ୟାର ଅନୁପାତର ପ୍ରାୟ ପାଖାପାଖି ରହିଛି। ସମଗ୍ର ଭାରତରେ ଶତକଡ଼ା ୭୯.୮ ହିନ୍ଦୁ ଓ ୧୪.୨ ମୁସଲମାନ ହୋଇଥିବା ସ୍ଥଳେ, ଅଯୋଧ୍ୟା ଜିଲାରେ ଶତକଡ଼ା ୮୪.୭୫ ହିନ୍ଦୁ ଏବଂ ୧୪.୮ ମୁସଲମାନ ରହିଛନ୍ତି। ଅବଶ୍ୟ ଅଯୋଧ୍ୟା ସହରରେ ହିନ୍ଦୁ ସଂଖ୍ୟା ଶତକଡ଼ା ୯୩.୨୩ ହୋଇଥିବା ବେଳେ ମୁସଲମାନଙ୍କ ସଂଖ୍ୟା ୬.୧୯ ଭାଗ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ପ୍ରାୟ ୧୩୦ କି.ମି. ପଶ୍ଚିମକୁ ସରଜୁ ନଦୀ କୂଳରେ ଅଯୋଧ୍ୟା ସହର ଅବସ୍ଥିତ। ଏହା ମଧ୍ୟ ଅଯୋଧ୍ୟା ଜିଲାର ସଦରମହକୁମା। ବିଭିନ୍ନ ସମୟରେ ଏହା ବିଭିନ୍ନ ନାମରେ ମଧ୍ୟ ପରିଚିତ, ଯଥା- ସାକେତ୍‌, ଅବଧ ଓ ଅବଧପୁରୀ। ପ୍ରାଚୀନ ଯୁଗରେ କୋଶଳର ରାଜଧାନୀ ଭାବରେ ମଧ୍ୟ ପରିଚିତ ଥିଲା। ହିନ୍ଦୁମାନଙ୍କ ଧର୍ମବିଶ୍ୱାସ ଅନୁଯାୟୀ, ଏହି ସ୍ଥାନରେ ପୁରୁଷୋତ୍ତମ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ ଏବଂ ସପ୍ତତୀର୍ଥ ସ୍ଥାନ ମଧ୍ୟରେ ପ୍ରଥମ ତୀର୍ଥସ୍ଥାନ ବୋଲି ଏହାକୁ ଗଣାଯାଏ।
ଇତିହାସ ଅନୁଯାୟୀ ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ବାବର ଭାରତରେ ମୋଗଲ ସାମ୍ରାଜ୍ୟର ଭିତ୍ତି ସ୍ଥାପନ କରିଥିଲେ। ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେବାର ଦୁଇ ବର୍ଷ ପରେ ୧୫୨୮ ଖ୍ରୀଷ୍ଟାବ୍ଦରେ ବାବର ଏକ ମସ୍‌ଜିଦ ନିର୍ମାଣ କରାଇଥିଲେ, ଯାହାକି ବାବ୍ରୀ ମସ୍‌ଜିଦ ନାମରେ ନାମିତ। ପାଖାପାଖି ଦୁଇଶହ ବର୍ଷ ପରେ ୧୭୧୭ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ରାଜସ୍ଥାନ ରାଜପୁତ୍‌ ଜୟସିଂହ ଦ୍ବିତୀୟ ସମଗ୍ର ପରିସରକୁ ନିଜ ଆୟତ୍ତକୁ ନେଇ ଯାଇଥିଲେ ଏବଂ ପୁରୁଷୋତ୍ତମ ରାମଙ୍କ ଅନ୍ତୁଡ଼ିଶାଳ ଓ ପୂଜାପଦ୍ଧତି ଅନ୍ୟାନ୍ୟ ପରିବେଶ ଥିବାର ଦାବି କରିଥିଲେ। ଏହାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ ଜୋଶେଫ୍‌ ଟିଫେନ୍ଥାଲର୍‌ ନାମକ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ କେତେକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ତାହାର ବ୍ୟବସାୟ ବିସ୍ତାର କରି ସାରିଥିଲା। ୧୮୧୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ସର୍ବେକ୍ଷକ ଫ୍ରାନ୍ସିସ୍‌ ବୁଚାନାନ୍‌ ପ୍ରଥମେ ବାବ୍ରୀ ମସ୍‌ଜିଦ କାନ୍ଥରୁ ଏକ ଶିଳାଲିପି ପାଇଲେ ବୋଲି ଦାବି କରିଥିଲେ। ଏହାର ପଚିଶ ବର୍ଷ ପରେ ପୁନର୍ବାର ଆଉ ଜଣେ ବ୍ରିଟିଶ ସର୍ବେକ୍ଷକ ମଣ୍ଟେଗୋମେରି ମାର୍ଟିନ୍‌ ପ୍ରକାଶ କଲେ ଯେ, କଥିତ ମସ୍‌ଜିଦର କିଛି ସ୍ତମ୍ଭ ହିନ୍ଦୁ ମନ୍ଦିରର ସ୍ତମ୍ଭ ପରି ଜଣାପଡ଼ୁଛି। କିନ୍ତୁ ସମୟକ୍ରମେ ରାମ ମନ୍ଦିର ଆନ୍ଦୋଳନ ତୀବ୍ରରୂପ ଧାରଣ କରି ୬ ଡିସେମ୍ବର ୧୯୯୨ରେ କରସେବକମାନଙ୍କ ଦ୍ବାରା ଧ୍ୱଂସ ପାଇଥିଲା।
ରାମ ମନ୍ଦିର ଓ ବାବ୍ରୀ ମସ୍‌ଜିଦର ଆଇନଗତ ଯୁଦ୍ଧ ପ୍ରଥମେ ୧୮୮୫ ମସିହାରୁ ଆରମ୍ଭ ହେଲା। ମହନ୍ତ ରଘୁବୀର ଦାସ ତତ୍କାଳୀନ ଫୈଜାବାଦ ଜିଲା ଅଦାଲତରେ ଏକ କେସ୍‌ ଦାଏର କରିଥିଲେ। ୧୯୫୯ରେ ନିର୍ମୋହୀ ଆଖଡା ଏବଂ ୧୯୮୧ରେ ସୁନ୍ନି ସେଣ୍ଟ୍ରାଲ ୱାକଫ୍‌ ବୋର୍ଡ ନିଜ ନିଜର ଦାବି ଉପସ୍ଥାପନ କରି କେସ୍‌ ଦାଏର କରିଥିଲେ। ବିଭିନ୍ନ ଗତିବିଧି ଦେଇ ନିକଟ ଅତୀତରେ ୯ ନଭେମ୍ବର ୨୦୧୯ରେ ଏହାର ଐତିିହାସିକ ନିର୍ଣ୍ଣୟ ଆସିଛି। ଏହି ରାୟକୁ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ଭାବରେ ଗ୍ରହଣ କରି ସ୍ବାଗତ କରାଯାଇଛି।
ତେବେ ଦୀର୍ଘଦିନର ଏହି ବିବାଦକୁ ସୁପ୍ରିମକୋର୍ଟର ୫ ଜଣ ବିଚାରପତି ଯେ ଅତି ଚତୁରତାର ସହ ନିର୍ଣ୍ଣୟ କରିଦେଇଛନ୍ତି ଏଥିରେ ଦ୍ବିମତ ହେବାର ନାହିଁ। ଭାରତର ଦୀର୍ଘ କାଳର ଐତିହ୍ୟ ପରମ୍ପରା ଭିନ୍ନତା ମଧ୍ୟରେ ଏକତା ସୂତ୍ରକୁ କାଏମ ରଖିବାର ପ୍ରୟାସ ଏଥିରେ ପ୍ରସ୍ଫୁଟିତ ହୋଇଛି। ଧର୍ମ ନିର୍ବିଶେଷରେ ଧର୍ମଗୁରୁମାନେ ଓ ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ଏହାକୁ ମାନିନେବା ଉଚିତ। ବିବାଦ ଆଉ ଆଗକୁ ନ ବଢ଼ାଇବାର ଏହା ଏକମାତ୍ର ଉପାୟ। ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୁସଲମାନ ପକ୍ଷକୁ ଯେଉଁ ୫ ଏକର ପରିମିତ ଜାଗା ସରକାରଙ୍କ ତରଫରୁ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି, ତାହାକୁ ମଧ୍ୟ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗ୍ରହଣ କରିନେବା ଉଚିତ। ଉକ୍ତ ଜାଗାରେ ଏକ ପ୍ରତୀକାତ୍ମକ ମସ୍‌ଜିଦଟିଏ ନିର୍ମାଣ କରି ସମଗ୍ର ଅଞ୍ଚଳକୁ ଏକ ଆଦର୍ଶ ବ୍ୟବସାୟିକ ପେଣ୍ଠ ଓ ଏକ ସାମାଜିକ ସେବା ଅନୁଷ୍ଠାନ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ। ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଥିବା ବେକାର, ଅନଗ୍ରସର ତଥା ଅସହାୟମାନଙ୍କ ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ଉନ୍ନତି ତଥା ଥଇଥାନ ନିମିତ୍ତ ଏକ ଭିନ୍ନ ପରିବେଶ ସୃଷ୍ଟି କରାଯାଇପାରେ। ତେବେ ସମସ୍ତ କାର୍ଯ୍ୟ ପାଇଁ ଆନ୍ତରିକତା, ସେବା ମନୋଭାବ ଓ ସହାବସ୍ଥାନ ମାନସିକତାର ଆବଶ୍ୟକତା ରହିଛି। ଏହାଦ୍ବାରା ସାରା ବିଶ୍ୱରେ ଅଯୋଧ୍ୟା ହେବ ଭାରତ ପାଇଁ ଧର୍ମନିରପେକ୍ଷତା ଓ ଏକତା ନୀତିର ନିଦର୍ଶନ ସ୍ବରୂପ ଏକ ଆଦର୍ଶ ଜିଲା।
ମୀନାବଜାର, ଢେଙ୍କାନାଳ, ମୋ-୯୪୩୯୬୨୫୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri