Categories: ଜାତୀୟ

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି। ଲୋକେ ପୂର୍ବରୁ ଗୁମ୍‌ନାମୀ ବାବାଙ୍କୁ ଭଗବାନଜୀ କହୁଥିଲେ। ସେ ଫୈଜାବାଦ୍‌ ଜିଲାର ରାମ ଭବନରେ ରହୁଥିଲେ। ତାଙ୍କ ସହିତ ନେତାଜୀଙ୍କର ଅନେକ ସାମ୍ୟତା ଥିଲା। ସେ ନେତାଜୀଙ୍କ ଭଳି ଚଷମା ଏବଂ ପକେଟରେ ରୋଲେକ୍ସ୍‌ ଘଡ଼ି ରଖୁଥିଲେ। ୧୯୮୫ ସେପ୍ଟେମ୍ବର ୧୬ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ସମସ୍ତ ଆବଶ୍ୟକୀୟ ଆସବାବପତ୍ରର ଯାଞ୍ଚ୍‌ ହୋଇଥିଲା। ସେଥିରୁ ରୋଲେକ୍ସ୍‌, ଓମେଗା ଏବଂ କୋନୋ ମିଟର ସହିତ ନେତାଜୀଙ୍କ ମାତାପିତାଙ୍କ ଫଟୋ ଆଦି ମିଳିଥିଲା। ଏହା ସହିତ ବଙ୍ଗଳା ଏବଂ ଇଂଲିଶ୍‌ରେ ଲେଖାଥିବା କେତେକ ଚିଠି ଓ ପୁସ୍ତକ ମଧ୍ୟ ମିଳିଥିଲା। ଏହା ସହିତ ଗୁମ୍‌ନାମୀ ବାବା ୧୯୬୨ରୁ ୧୯୮୫ ପର୍ଯ୍ୟନ୍ତ ଲେଖିଥିବା ୧୩୦ଟି ଚିଠିର ଯାଞ୍ଚ ହୋଇଥିଲା। ଏସବୁ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଆର୍ମିର ସଦସ୍ୟ ତଥା ନେତାଜୀଙ୍କ ନିକଟତମ ସହେଯୋଗୀ ମୋହନ ରାୟଙ୍କୁ ଲେଖା ଯାଇଥିଲା। ଏହି ପୁସ୍ତକରେ ଆମେରିକା ହସ୍ତାକ୍ଷର ଯାଞ୍ଚକର୍ତ୍ତାଙ୍କ ରିପୋର୍ଟକୁ ସ୍ଥାନୀତ କରାଯାଇଛି। ନେତାଜୀଙ୍କ ହସ୍ତାକ୍ଷର ସହିତ ଗୁମନାମୀ ବାବାଙ୍କ ହସ୍ତାକ୍ଷର ମେଳ ଖାଉଥିବା ଏଥିରେ ଦର୍ଶାଯାଇଛି।

Share