Categories: ଜାତୀୟ

ଅଯୋଧ୍ୟାରେ ହାଇ ଆଲଟ

ଅଯୋଧ୍ୟା,୧୫ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଏହାକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀମାନେ ନେପାଳ ଦେଇ ଉକ୍ତ ସହରରେ ପ୍ରବେଶ କରିପାରନ୍ତି ବୋଲି ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି। ସେଥିପାଇଁ ଅଯୋଧ୍ୟା ଆସୁଥିବା ସମସ୍ତ ଟ୍ରେନ୍‌ ଓ ବସ୍‌ ସମେତ ହୋଟେଲ, ଲଜ୍‌ ଓ ଗେଷ୍ଟହାଉସ୍‌ଗୁଡିକୁ ଯାଞ୍ଚ କରାଯାଉଛି। ଏଥିସହିତ ୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ଘଟଣାର ରାୟ ଆସନ୍ତା ୧୮ରେ ପ୍ରକାଶ ପାଇବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି। ୨୦୦୫ ଜୁନ୍‌ ୫ରେ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା। ସୁରକ୍ଷା ବଳର ଗୁଳିରେ ୫ ଆତଙ୍କବାଦୀ ନିହତ ହେବା ସହ ଅନ୍ୟ ୪ କଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିଲେ। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ୧୬ରେ ତାଙ୍କର ୧୮ ଏମ୍‌ପିଙ୍କ ସହ ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମ ରହିଛି।

Share