ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ ମହଜୁଦ୍‌ ପୌଷ୍ଟିକ ତତ୍ତ୍ୱ ଆଜିର ଦୂଷିତ ବାତାବରଣରୁ ରକ୍ଷା କରିଥାଏ। ସଂକ୍ରମିତ ଜୀବାଣୁକୁ ଶରୀର ମଧ୍ୟକୁ ପ୍ରବେଶ କରିବାରୁ ରୋକିଥାଏ। କିନ୍ତୁ ଜାଣନ୍ତି, ଏହି ପଇଡ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଶରୀରକୁ ବିଶେଷ ଲାଭ ମିଳିଥାଏ। ପଇଡ ପାଣି ଓ ମହୁ ମିଶା ପାଣି ପିଇବା ଦ୍ୱାରା ପେଟ ଜ୍ୱଳନ, ଅମ୍ଳଦୋଷ ଭଳି ପାଚନ ସମ୍ବନ୍ଧୀୟ ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ। ଏହାକୁ ନିୟମିତ ପିଇଲେ ରୋଗପ୍ରତିରୋଧକ କ୍ଷମତା ଦୃଢ଼ ହୋଇଥାଏ। ଏହାଛଡ଼ା ପଇଡ ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ବୟସ ବଢ଼ିବାସହ ଶରୀରରେ ପ୍ରି ରାଡିକାଲ ବୃଦ୍ଧି ପାଇଥାଏ। ଏହାଦ୍ୱାରା ଚେହେରାରେ କୁଞ୍ଚନ ଚାଲିଆସେ। ଏ ସମସ୍ୟାରୁ ରକ୍ଷାପାଇବାକୁ ଚାହଁୁଥିଲେ ପଇଡ ପାଣି ମହୁ ମିଶାଇ ପିଇପାରିବେ।

Share