‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି। ପାଚିଲା ଧାନ ପାଣିରେ ଭାସୁଥିବା ଦେଖି ଚାଷୀକୁଳ ଦୁଃଖରେ ଭାଙ୍ଗି ପଡିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବାତ୍ୟା ଚାଷୀଙ୍କୁ ପାଇଁ ବେଡି ଉପରେ କରୋଡ଼ା ମାଡ଼ ସଦୃଶ ପାଲଟିଛି। ମାସ ମାସ ଧରି ପାନଚାଷୀମାନେ ଉଚିତ୍‌ ମୂଲ୍ୟରେ ପାନ ବିକ୍ରି କରିପାରୁ ନ ଥିବା ବେଳେ ବାତ୍ୟାରେ ପାନବରଜ ଧୂଳିସାତ୍‌ ହୋଇଯାଇଛି। ଏବେ ପରିବାର ଚଳାଇବା ଚିନ୍ତା ପାନଚାଷୀଙ୍କୁ ଘାରିଛି।
ଭୋଗରାଇ ବ୍ଲକରେ ୧୩ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ ୫୦ଶତାଂଶ ପାଚିଲା ଧାନ ନଷ୍ଟ ହୋଇଛି। ସେହିଭଳି ଭୋଗରାଇ ଓ ବାଲିଆପାଳ ବ୍ଲକରେ ୨୪ହଜାରରୁ ଉର୍ଦ୍ଧ୍ୱ ପାନଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏତଦ୍‌ ଭିନ୍ନ ତୈଳବୀଜ ଚାଷ ଉପରେ ବର୍ଷା ପାଣି ଢ଼େଉ ଖେଳୁଛି। ପନିପରିବା ଚାଷକୁ ବାତ୍ୟା ଉଜାଡ଼ି ଦେଇଛି। ବାତ୍ୟାର ପ୍ରକୋପରେ ଗାଁଗହଳିରେ ବଡ଼ ବଡ଼ ଗଛ ଉପୁଡି ପଡିଥିବାରୁ ଗୁରୁବାର ଗାଁ ବାସୀ ଓ ଏନ୍‌ଡ଼ିଆର୍‌ଏଫ୍‌, ଅଗ୍ନିଶମ ବିଭାଗ ରାସ୍ତାକୁ ସଫା କରୁଛନ୍ତି। ବହୁ ଗ୍ରାମାଞ୍ଚଳରେ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇ ନ ପାରିବାରୁ ପାନୀୟଜଳ ବନ୍ଦ ରହିଛି। ପୁରପଲ୍ଲୀରେ ରାସ୍ତାରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ଗମନାଗମନରେ ବ୍ୟାଘାତ ଘଟିଛି। ଭୋଗରାଇ ବ୍ଲକରେ ୧୨୮ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘରଗୁଡ଼ିକର ଆକଳନ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri