‘ଅମ୍ଫନ୍‌’ ସମୟରେ କେନ୍ଦ୍ରାପଡ଼ାରେ ୨ ମହିଳାଙ୍କ ମୃତ୍ୟୁ ଘଟଣା: ଜିଲାପାଳ କହିଲେ ‘ବାତ୍ୟାରେ ହୋଇନାହିଁ’

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା(ଡି.ଏନ୍‌.ଏ.),୨୧।୫: ସାମୁଦ୍ରିକ ଝଡ ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ହେଲେ ମହିଳାଦ୍ୱୟଙ୍କ ମୃତ୍ୟୁ ବାତ୍ୟାରେ ହୋଇ ନ ଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ରାଜନଗର ବ୍ଲକ ସାତଭାୟା ଗ୍ରାମର କୋଇଲି ବେହେରା (୫୭)ଙ୍କ ମୃତ୍ୟୁ ସ୍ବାସ୍ଥ୍ୟଗତ କାରଣରୁ ହୋଇଛି। ସେହିଭଳି ବତୀଘର ପଞ୍ଚାୟତ ବଡ଼ଟୁବି ଗ୍ରାମର ବିକାଶ ରପ୍ତାନଙ୍କ ସ୍ତ୍ରୀ ଯମୁନା ମଣ୍ଡଳଙ୍କ ମୃତଦେହ ଜୋରରୁ ମିଳିଥିଲା। ମାଛ ଧରିବାକୁ ଯାଇ ଘରକୁ ଫେରି ନ ଥିବା ଶାଶୁଘର ଲୋକେ କହିଥିଲେ। ହେଲେ ମୃତାଙ୍କ ମା’ ଆରତି ମଣ୍ଡଳ ଗୁରୁବାର ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଜମ୍ବୁ ମେରାଇନ ଥାନାରେ ଅଭିଯୋଗ କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ଝିଅଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ (ମାମଲା ନଂ.୫୫/୨୦) ରୁଜୁ କରିବା ସହ ସ୍ବାମୀଙ୍କୁ ଅଟକ ରଖିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡ଼ାକୁ ପଠାଯାଇଥିବା କେନ୍ଦ୍ରାପଡ଼ା ଜମ୍ମୁ ଅଧିକାରୀ ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ସଫଳ ହୋଇଛି। ସାତଭାୟାର ବୃଦ୍ଧା କୋଇଲିଙ୍କ ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି। ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରାଯାଇ ସ୍ବାଭାବିକ ଚଳଣି ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଲୋଇସିଂହାର ଭବ୍ୟ ସାଗତ ସମ୍ବର୍ଦ୍ଧନା

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri