ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏଥିରେ ଥାନା ଅଧିନସ୍ଥ ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃବିଭାଗ, ବର୍ହିବିଭାଗ ଓ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ପୋଲିସ କର୍ମଚାରୀମାନେ ପରିଷ୍କାର କରିବା ପରେ ସାନିଟାଇଜେଶ୍‌ନ କରିଥିବା ଦେଖିବାକୁ ମିଳିଛି। ଏହି ସଫେଇ କାର୍ଯ୍ୟକ୍ରମରେ ବରୀ ତହସିଲଦାର ସରୋଜକାନ୍ତ ନାୟକ, ବରୀ ଥାନା ଏସ୍‌ଆଇ ନାରାୟଣ ପ୍ରସାଦ ବେହେରା, ପ୍ରଶାନ୍ତ ଗଡନାୟକ, ଶରତ ଚନ୍ଦ୍ର ବେହେରା, ଡ.କୌଶିକ ପାତ୍ର, ଡ. ଜିନ୍ନତ ଦାଶଙ୍କ ସମେତ ଥାନା ଓ ସ୍ବାସ୍ଥ୍ୟ କେନ୍ଦ୍ରର ବହୁ କର୍ମଚାରୀ ସାମିଲ ହୋଇଥିଲେ।