ଅମ୍ଫନ୍‌ ଉଜାଡ଼ିଲା ପାନ ବରଜ

ଏରସମା,୨୧ା୫(ସ୍ବ.ପ୍ର.): କରୋନା ଯୋଗୁ ଚାଷୀମାନେ ନାନା ଅସୁବିଧା ଭୋଗ କରୁଥିବା ବେଳେ ଏବେ ବାତ୍ୟା ଅମ୍ଫନ୍‌ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଛି। ବିଶେଷକରି ପାନ ଚାଷୀମାନେ ଜୀବିକା ହରାଇଛନ୍ତି। ବାତ୍ୟା ଯୋଗୁ ପାନ ବରଜ ମାଟିରେ ମିଶିଯାଇଛି। ଜଗତ୍‌ସିଂହପୁର ଜିଲା ଅଧୀନ ଏରସମା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ପାନ ବରଜ ପବନ ମାଡ଼ରେ ଭାଙ୍ଗିପଡିଛି। ଏରସମା ଏକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାଲିଆ ମାଟିରେ ଚାଷୀ ପାନ ବରଜ କରିଥାନ୍ତି। ପାନ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅନ୍ତର୍ଗତ ପଦ୍ମପୁର, ଆମ୍ବିକି, ଗଡ଼ହରିଶପୁର, ଜପା, ଗଡ଼କୁଜଙ୍ଗ, ଢିଙ୍କିଆ, ଗୋବିନ୍ଦପୁର ଓ ନୂଆଗାଁ ପଞ୍ଚାୟତରେ ସର୍ବାଧିକ ଚାଷୀ ପାନ ଚାଷ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ନୂଆଗଁା ପଞ୍ଚାୟତରେ ହଜାର ହଜାର ପାନ ବରଜ ଦେଖିବାକୁ ମିଳେ। ପାନ ବରଜ ପାଇଁ ବାଉଁଶ ଓ କାଠ ତିଆରି ଖୁଣ୍ଟ, ବାଉଁଶ ଝାଟି, ବେଣା, ନଡା ସହିତ ବାଲି ମାଟି ଆବଶ୍ୟକ କରିଥାଏ। ଏଥି ସହିତ ଗୋଟିଏ ପାନ ବରଜରେ ଅତି କମ୍‌ରେ ଏକ କୁଇଣ୍ଟାଲ ଜିଆଇ ତାର ଆବଶ୍ୟକ ହୋଇଥାଏ। ସେହି ଜିଆଇ ତାରର ଦାମ୍‌ କିଗ୍ରା ପିଛା ୮୦ଟଙ୍କାରେ ଚାଷୀ କିଣୁଥିବା ବେଳେ କରୋନା ମହାମାରୀ ଯୋଗୁ କିଗ୍ରା ପିଛା ୧୨୦ଟଙ୍କାରେ କିଣିବାକୁ ପଡିଛି। ଗୋଟିଏ ପାନ ବରଜ ପ୍ରସ୍ତୁତ କରିବାକୁ ହେଲେ ୫୦ରୁ ୬୦ଟି ମଜୁରି ଆବଶ୍ୟକ କରିଥାଏ। ମୋଟାମୋଟି ଭାବେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ଗୋଟିଏ ପାନ ବରଜ ପାଇଁ। କିନ୍ତୁ ପରିତାପର ବିଷୟ ପାନ ବରଜକୁ ଅମ୍ଫନ୍‌ ମାଟିରେ ମିଶାଇ ଦେଇଛି। ତାକୁ ପୁନରୁଦ୍ଧାର କରିବା ଚାଷୀଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇପଡିଛି। ବିଭାଗୀୟ ଅଧିକାରୀ ଏହାର ଉପଯୁକ୍ତ କ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ପାଇଁ ନୂଆଗଁା ସରପଞ୍ଚ ବିଦ୍ୟାଧର ମଲ୍ଲିକଙ୍କ ସହିତ ବୃନ୍ଦାବନ ସ୍ବାଇଁ, ମହେନ୍ଦ୍ର ରାଉତ, ଜଗନ୍ନାଥ ଦାସ, ଅଭିନ୍ନ ନାୟକ ଓ ସିନ୍ଧୁ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ କହିଛନ୍ତି, ଚାଷୀ ଲିଖିତ ଅଭିଯୋଗ କଲେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କୁ ଜଣାଇବୁ। କ୍ଷତି ଆକଳନ ପରେ ସହାୟତା ସମ୍ପର୍କରେ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri