‘ଅମ୍ଫନ୍‌’ରେ ଓଡ଼ିଶାର ୮୯ ବ୍ଲକ ପ୍ରଭାବିତ, ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପରର ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଗୁରୁବାର ସମୀକ୍ଷା କରିଛନ୍ତି। ବାତ୍ୟାରେ ଓଡ଼ିଶାର ୮୯ ବ୍ଲକ ପ୍ରଭାବିତ ହୋଇଛି। ୧୫୦୦ ପଞ୍ଚାୟତର ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୁରୁବାର ସୁଦ୍ଧା ଗମନାଗମନ ସ୍ବାଭାବିକ ହୋଇଯିବ। ସେସୁ ଅଞ୍ଚଳରେ ଦିନେ ନଚେତ ଦୁଇ ଦିନ ମଧ୍ୟରେ ବିଜୁଳି ପୁନଃସଂଯୋଗ କରାଯିବ। ଗୁରୁବାର ସନ୍ଧ୍ୟା ସୁଦ୍ଧା ୮୦% ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ୨ ଦିନ ମଧ୍ୟରେ କୃଷିଜନିତ କ୍ଷୟକ୍ଷତି ଆକଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।