ବାତ୍ୟା ‘ଅମ୍ଫନ’କୁ ନେଇ ମମତାଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ,୧୯।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ ସୋମବାର ମହାବାତ୍ୟାର ରୂପ ନେଇଛି। ଏହା ୨୦ ତାରିଖ ଅପରାହ୍ନରେ କିମ୍ବା ସନ୍ଧ୍ୟାରେ ବାଂଲାଦେଶର ହାତିଆ ଏବଂ ସୁନ୍ଦରବନ ନିକଟରେ ଲ୍ୟାଣ୍ଡ ଫଲ କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ବିଶେଷ ପ୍ରଭାବ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପରେ ରହିବ ବୋଲି ଅନୁମାନ କରାଯାଇଛି। ଏହାକୁ ନଜରରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ‘ଅମ୍ଫନ’ ପାଇଁ କେନ୍ଦ୍ର ଯଥା ସମ୍ଭବ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି।

Share