Categories: ଜାତୀୟ

ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ

ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ ଶାହଙ୍କୁ ସ୍ବରାଷ୍ଟ୍ର ବିଭାଗ ମିଳିଥିବାରୁ ହାର୍ଦ୍ଦିକଙ୍କୁ ଭାଜପା ସମର୍ଥକଙ୍କ ପକ୍ଷରୁ ଧମକ ମିଳୁଛି ବୋଲି ସେ କହିଛନ୍ତି। କେତେଜଣ ଭାଜପା ସମର୍ଥକ ତାଙ୍କୁ କହିଛନ୍ତି ଏବେ ତୁମ ଅବସ୍ଥା କ’ଣ ହେବ ହାର୍ଦ୍ଦିକ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିଥିଲେ। ଏମିତିକି ଭାଜପା ବିରୋଧରେ ମଧ୍ୟ ଅନେକ କଥା କହିଥିଲେ। ସେଥିପାଇଁ ତାଙ୍କୁ ଏବେ ଏହି ଧମକ ମିଳୁଛି ବୋଲି ସେ କହିଛନ୍ତି।

Share