ଅମିତ ଶାହଙ୍କ ସହ କଥା ହେଲେ ଗଜପତି ମହାରାଜା

ପୁରୀ ଅଫିସ୍‌,୨୨।୧: ପୁରୀ ରଥଯାତ୍ରା ହେବ କି ନାହିଁ ସେନେଇ ସୁପ୍ରିମକୋଟ୍‌ଙ୍କ ରାୟ ଆଜି ଆସିବ। ରାୟ ଆସିବା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ କଥା ହୋଇଛନ୍ତି ପୁରୀ ଗଜପତି ମହାରାଜା। ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଶାହ କଥା ହୋଇଥିବା ସେ କହିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା ସମ୍ପର୍କରେ ସେ ଜଗପତି ମହାରାଜଙ୍କ ସହ ଆଲୋଚନା କରିଛନ୍ତି।