ଅମାନିଆଙ୍କ ଗାଡ଼ି ଚକାରୁ ପବନ କାଢ଼ିଦେଲା ପୋଲିସ

ବିଞ୍ଝାରପୁର,୯।୪(ଡି.ଏନ.ଏ.)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କେତେଜଣ ଅମାନିଆଙ୍କୁ ସାବାଡ କରିଛି ପୋଲିସ। ବିନା କାରଣରେ ବାଇକ ଧରି ବଜାରକୁ ଆସୁଥିବା ଯୁବକଙ୍କୁ ଗୁରୁବାର ପୋଲିସ ଯୋଗୁ ହଟହଟା ହେବାକୁ ପଡିଛି। ପ୍ରକାଶ ଯେ ରାଜ୍ୟରେ ଲକଡାଉନକୁ ଖାତିର ନ କରି କିଛି ଅମାନିଆ ଯୁବକ ବାଇକ୍‌ ଧରି ବୁଲୁଛନ୍ତି। ଏନେଇ ବାରମ୍ବାର ତାଗିଦ୍‌ କରାଗଲେ ବି କେତେଜଣ ଅମାନିଆ ଆଦୌ ଶୁଣୁ ନାହାନ୍ତି। ଯାହାକୁ ନେଇ ପୋଲିସ ପ୍ରଶାସନ କଠୋର ହୋଇଛି। ଗୁରୁବାର ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଗଣେଶଚନ୍ଦ୍ର ଘଡାଇ, ପ୍ରଦୀପ ମଲ୍ଲିକ, ଯଯାତି କେଶରୀ ମଲ୍ଲିକ ପ୍ରମୁଖ ପ୍ରୀତିପୁର, ବିତନା, ଉତ୍ତରକୂଳ, ଅଳକୁଣ୍ଡ, ଆଉଁରୀ, ଡିହକୂଳା, ବରିକୂଳ, ଉତ୍ତଙ୍ଗରା ସମେତ ବିଭିନ୍ନ ଅଞ୍ଚଳ ବୁଲି ଅମାନିଆ ଯୁବକଙ୍କ ବାଇକ ଚକାରୁ ପବନ କାଢିଦେବା ସହ ଚଲେଇ ଚଲେଇ ଘରକୁ ବିଦା କରିଥିବା ଦେଖିବାକୁ ମିଳିଥିଲା।