ଅମଳ ସମୟରେ ଉଜୁଡ଼ିଲା ଫସଲ

ସମ୍ବଲପୁର,୨୪ା୪(ବ୍ୟୁରୋ) – ରବିଧାନ ଅମଳ ଅବସ୍ଥାକୁ ଆସି ଯାଇଥିଲା। କରୋନା କଟକଣା ସତ୍ତ୍ୱେ ଚାଷର ଉପଯୁକ୍ତ ଯତ୍ନ ନେଇଥିଲା ଚାଷୀ। ହେଲେ ସମ୍ବଲପୁର ଜିଲାରେ ମଙ୍ଗଳବାର ସନ୍ଧ୍ୟାର ବର୍ଷା ଓ କରାମାଡ ସବୁ ଯେମିତି ଓଲଟପାଲଟ କରିଦେଲା । କ୍ଷେତରେ ହସୁଥିବା ସୁନାର ଫସଲ ଏବେ ଉଜୁଡି ଯାଇଛି । ପାଚିଲା ଧାନକେଣ୍ଡା ସବୁ ଝଡି କ୍ଷେତରେ ଲୋଟିଛି । ମାତ୍ର ୧୫ ମିନିଟର ତାଣ୍ଡବ ଚାଷୀ ପରିବାରକୁ ହତାଶା ମଧ୍ୟକୁ ଟାଣି ନେଇଛି। ଗତ ଦୁଇଦିନ ଧରି କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି । ହେଲେ ଚାଷୀ କେବେ ଓ କେତେ ଆର୍ଥତ୍କ ସହାୟତା ପାଇବେ ସେ ନେଇ ସଂଶୟରେ ପଡିଛି ା ଏପରି ପରିସ୍ଥିତିରେ ଧାରକରଜ କରି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି ା
ସମ୍ବଲପୁର ମହାନଗରରେ ସାମିଲ ହୋଇଥିବା ମାନେଶ୍ୱର ବ୍ଲକର ୧୨ପଞ୍ଚାୟତର ଚାଷୀଙ୍କ ଫସଲ ବୀମାଭୁକ୍ତ କରାଯାଇନାହିଁ । ବ୍ୟାଙ୍କ ଓ ସମବାୟ ସମିତି ଋଣୀ ଓ ଅଣଋଣୀ ଚାଷୀଙ୍କ ବୀମା କରାଇନାହାନ୍ତି। ବୁଧବାର ଓ ଗୁରୁବାର କୃଷି ବିଭାଗ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇଛି । ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ କ୍ଷତିଗ୍ରସ୍ତ କ୍ଷେତ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି । ସେହିପରି ମାନେଶ୍ୱର ତହସିଲଦାର ମଧ୍ୟ କୃଷି ବିଭାଗ ସହ ମିଶି କ୍ଷୟକ୍ଷତି ଆକଳନ କରି ଚୂଡାନ୍ତ ରିପୋର୍ଟ ଦେବାକୁ ରାଜସ୍ବ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ବର୍ଷା ଓ କରାମାଡରେ ଯୁଯୁମୁରା ଓ ମାନେଶ୍ୱର ବ୍ଳକରେ ଅଧିକ ପ୍ରଭାବିତ ହୋଇଛି । ରେଙ୍ଗାଲି, ନାକଟିଦେଉଳ,ଜନକିରା ବ୍ଳକରେ ଆଂଶିକ କ୍ଷତି ହୋଇଛି । ମୋଟ ୪ହଜାର ହେକ୍ଟର ରବିଧାନ ଫସଲ ଓ ୬ ଶହ ହେକ୍ଟର ପନିପରିବା ଚାଷ ନଷ୍ଟ ହୋଇଯାଇଛି । ମାନେଶ୍ୱର ବ୍ଳକରେ ୧୪ ପଞ୍ଚାୟତର ୭୧ ଗ୍ରାମର ୧୧୪୧ ହେକ୍ଟର, ଯୁଯୁମୁରା ବ୍ଲକରେ ୭ ପଞ୍ଚାୟତର ୩୩ ଗ୍ରାମର ୧୯୬୨ ହେକ୍ଟର, ଧନକଉଡା ବ୍ଲକରେ ୭ ପଞ୍ଚାୟତର ୨୪ ଗ୍ରାମରେ ୮୫୫ ହେକ୍ଟର ଜମି ପ୍ରଭାବିତ ହୋଇଛି । ଚାଷୀମାନେ କହିଛନ୍ତି , କରାମାଡରେ ପାଚିଲା ଧାନ ଝଡି ପଡିବାରୁ ପାଣିରେ ଭିଜି ବିଲରେ ଗଜା ହୋଇଯିବ । ପ୍ରଥମେ କରୋନା, ଏବେ ପ୍ରକୃତି ଚାଷୀ କୂଳକୁ ଉପରେ ଦାଉ ସାଜିଲା ା ରାଜ୍ୟ ସରକାର ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri