ଅମରେଶ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ଦଶ ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆଙ୍କ ସହ ୩ଜଣଙ୍କୁ ଗିରଫ କରିଛି। ସେହିଭଳି ୧୦ରୁ ଅଧିକ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି। ତେବେ ସେମାନଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି। ବାଣଫୁଟାକୁ କେନ୍ଦ୍ରକରି ଉପୁଜିଥିବା ବଚସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏକ ଖବରଦାତା ସମ୍ମିଳନୀରେ ବୁଧବାର ଡିସିପି ସୂଚନା ଦେଇଛନ୍ତି।

ଦୀପାବଳି ଦିନ ରାତିରେ ଅମରେଶଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ପଥରରେ ଛେଚିବା ସହ ଗାଡ଼ି ଚଢ଼ାଇ ଅତି ବିଭିତ୍ସ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିଲା। ହତ୍ୟାକାଣ୍ଡରେ ୧୦ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ତେବେ ସେମାନେ ଫେରାର ହୋଇଯିବାରୁ ସେମାନଙ୍କୁ ଧରିବା ଲାଗି ୩ଟି ଟିମ୍‌ ଗଠନ କରାଯାଇଥିଲା। ଶେଷରେ ୩ଜଣଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, ଅମରେଶଙ୍କ ହତ୍ୟା ପଛରେ ରାଜନୈତିକ କାରଣ ଥିବା କୁହାଯାଉଛି। ଅମରେଶ ଜଣେ ନେତାଙ୍କ ସହଯୋଗରେ ଆଗକୁ ବଢୁଥିଲେ। ତାଙ୍କ ଘର ଅନ୍ୟ ଅଞ୍ଚଳରେ ହୋଇଥିଲେ ମଧ୍ୟ ସେ ଖଣ୍ଡୁଆଳ ଛକ ନିକଟରେ ରହି ଅନ୍ୟମାନଙ୍କୁ ଡରାଇ ରଖୁଥିଲେ। ଏହାକୁ ସ୍ଥାନୀୟ ନେତାମାନେ ସହଜରେ ହଜମ କରିପାରୁ ନ ଥିଲେ। ସେମାନେ ଅମରେଶଙ୍କୁ ମାରିବା ପାଇଁ ପ୍ରତିପକ୍ଷ ଗୋଷ୍ଠୀକୁ ଅସ୍ତ୍ର କରିଥାଇପାରନ୍ତି ବୋଲି ଅମରେଶଙ୍କ ଜଣେ ସାଙ୍ଗ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅମରେଶଙ୍କ ବାପା ଜଣେ ବ୍ୟାଙ୍କ ମ୍ୟାନେଜର ହୋଇଥିବାରୁ ଅର୍ଥର ଅଭାବ ନ ଥିଲା। ସେ ପରିବାର ଲୋକଙ୍କୁ ନ ମାନି ବହୁ ଅପରାଧରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ୨୨ରୁ ଊର୍ଦ୍ଧ୍ୱ ମାମଲା ଏୟାରଫିଲ୍ଡ ଥାନାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri