Categories: ଜାତୀୟ

ଅମରନାଥ ଯାତ୍ରୀଙ୍କ ପାଇଁ ଖୁସିଖବର: ଜୁଲାଇ ୫ରେ ହେବ ଛଡ଼ି ମୁବାରକର ପ୍ରଥମ ପୂଜା

ଅନନ୍ତନାଗ,୧୫।୬: ଜମ୍ମୁ-କଶ୍ମୀରରେ ଥିବା ଅମରମନାଥଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଏଠାରେ ଭକ୍ତଙ୍କ ଲାଗି ଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁ ଏହି ଯାତ୍ରାର ଅବଧିକୁ କମ୍‌ କରିଦିଆଯାଇଛି। ତେବେ କରୋନା ସଙ୍କଟ ମଧ୍ୟରେ ଭକ୍ତଙ୍କ ପାଇଁ ଖୁସିଖବର ସାମ୍ନାକୁ ଆସିଛି। ମହନ୍ତ ଦିପେନ୍ଦ୍ର ଗିରି ପବିତ୍ର ଛଡ଼ି ମୁବାରକର ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୫ରେ ଛଡ଼ି ମୁବାରକର ପ୍ରଥମ ପୂଜା ଆୟୋଜିତ ହେବ। ଏହି ପୂଜା ଅମରନାଥଙ୍କ ଯାତ୍ରାର ଆରମ୍ଭ ଅବସରରେ ହୋଇଥାଏ। କୁହାଯାଏ ପାରମ୍ପରିକ ଭାବେ ଅମରନାଥ ଯାତ୍ରାର ଆରମ୍ଭ ରୀତିନୀତି ଅନୁସାରେ ଛଡ଼ି ମୁବାରକର ପ୍ରଥମ ପୂଜା ହେବା ପରେ ହିଁ ହୋଇଥାଏ। ଏହି ପରମ୍ପରା କାହିଁ କେତେ କାଳରୁ ଚାଲିଆସିଛି। ୨୦ଦିନ ଧରି ବିଭିନ୍ନ ମନ୍ଦିରରେ ଏହି ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ନାଗ ପଞ୍ଚମୀ ଅର୍ଥାତ୍‌ ଜୁଲାଇ ୨୫ଯାଏ ଜାରି ରହିବ ବୋଲି ଜଣାପଡ଼ିଛି। ଏହାପରେ ଅମରନାଥ ଗୁମ୍ପା ପାଇଁ ଭକ୍ତମାନେ ଯାତ୍ରା କରିବେ।

Share