ଅମନଙ୍କ ସ୍ବପ୍ନ

ଗୀତକୁ ନେଇ ସ୍ବପ୍ନ ଦେଖନ୍ତି ଅମନ। ଗୀତକୁ ସାଥିକରି ସେ ବାଟ ଚାଲିବେ – ଏମିତି ମଧ୍ୟ ଏକ ନିଷ୍ପତ୍ତି ନେଇଛନ୍ତି ଅମନ। ଅମନଙ୍କ ପୂରାନାମ ଅମୀୟ କୁମାର ସାହୁ। ତେବେ ଯାତ୍ରାରେ ସେ କେବଳ ‘ଅମନ’ ନାମରେ ହିଁ ପରିଚିତ। ପିପିଲିର ଖେଲାର ନାମକ ଏକ ଗ୍ରାମରେ ଜନ୍ମ ହୋଇଥିବା ଏହି ଗାୟକ ସମ୍ପ୍ରତି ଅପେରା ସୂର୍ଯ୍ୟମନ୍ଦିରରେ ରହି ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଯାତ୍ରା ତାଙ୍କୁ ଆନନ୍ଦ ଦଉଛି। ଏକାବେଳକେ ହଜାର ହଜାର ଦର୍ଶକଙ୍କୁ ସାମ୍ନା କରି ବହୁତ ଖୁସି ଲାଗୁଛି। ସେମାନଙ୍କର ପ୍ରତିକ୍ରିୟା ସବୁ ପୁରସ୍କାର ପରି ମନେହେଉଛି। ବିଶେଷକରି ଯାତ୍ରାରେ ଅର୍ଥ ଅଛି; ଯାହାକୁ ନେଇ ଜଣେ ନିଜର ପରିବାର ପ୍ରତିପୋଷଣ କରିପାରିବ। ମୁଖ୍ୟତଃ ସେ ସେଥିଲାଗି ଯାତ୍ରାକୁ ନିଜର କ୍ୟାରିୟର ଭାବରେ ବାଛିଛନ୍ତି ବୋଲି କହନ୍ତି ଏହି ଗାୟକ। ଅମନଙ୍କ ପରିବାର ଏକ କଳାକାର ପରିବାର। ବାପା ବିଜୟ କୁମାର ସାହୁ ଜଣେ ହେଡ ମାଷ୍ଟର ଥିଲେ ବି ସେ ଗୀତ ଗାଆନ୍ତି। ଗୀତ ବି ଶିଖାନ୍ତି। ସେହିଭଳି ବଡ଼ଭାଇ ବିନୋଦ କୁମାର ସାହୁ ଓ ବିକାଶ କୁମାର ସାହୁ ଉଭୟେ ଜଣେ ଜଣେ ଗାୟକ। ଅମନ କହନ୍ତି ଯେ, ବାପା ହେଉଛନ୍ତି ତାଙ୍କର ପ୍ରଥମ ଗୁରୁ ଯାହାଙ୍କ ଠୁ ସେ ପ୍ରାଥମିକ ସଙ୍ଗୀତ ଶିକ୍ଷା ହାସଲ କରିଥିଲେ। ସେହିପରି ଭାଇ ବିକାଶ କୁମାର ସାହୁ ତାଙ୍କର ଦ୍ୱିତୀୟ ସଙ୍ଗୀତ ଗୁରୁ। ତେବେ ଏସବୁ ସତ୍ତ୍ୱେ ବଡ଼ଭାଇ ବିନୋଦ କୁମାର ସାହୁଙ୍କ ପ୍ରେରଣା ତାଙ୍କୁ ଆଜି ଜଣେ ଗାୟକ ହେବାରେ ସହାୟକ ହୋଇଛି। ମୁଖ୍ୟତଃ ସୋନୁ ନିଗମ୍‌ ଓ ସୁରେଶ ଓ୍ବାଦେକରଙ୍କ ଗୀତ ଗାଇବାରେ ରୁଚି ରଖୁଥିବା ଅମନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ହିନ୍ଦୁସ୍ତାନୀ କ୍ଲାସିକାଲରେ ତାଲିମ୍‌ ନେବା ସହିତ ବହୁ ମେଲୋଡ଼ି, ଭଜନ ତଥା ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେହିଭଳି ତରଙ୍ଗ ଚ୍ୟାନେଲର ‘ସ୍ବରଭକ୍ତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜେତା ହୋଇଥିଲେ। ଭଏସ୍‌ ଅଫ୍‌ ଓଡ଼ିଶାରେ ଅଂଶଗ୍ରହଣ କରିବା ସହିତ ପ୍ରାର୍ଥନା ଚ୍ୟାନେଲ ପ୍ରାୟୋଜିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗନେଇ ପ୍ରାର୍ଥନା ପ୍ରତିଭା ହେବାର ଗୌରବ ହାସଲ କରିଛନ୍ତି। ସମ୍ପ୍ରତି ଅପେରା ସୂର୍ଯ୍ୟମନ୍ଦିର ଦ୍ୱାରା ପ୍ରସ୍ତୁତ ତିନିଗୋଟି ନାଟକରେ ସେ କଣ୍ଠଦାନ କରିଛନ୍ତି। ମାୟାବିନୀ ମୌସୁମୀର ‘ମତେ ନେଇଯାରେ ନେଇଯା’, ‘ଆରେ ଆ ଫେରିଆ ଶ୍ରାବଣ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ ନାଟକରେ ‘ସାତ ଦରିଆ ପାରିହେଇ ମୁଁ’ ଏବଂ ‘ପୁଅ ଯିବ ଶାଶୁଘର’ ନାଟକରେ ‘ଓ ପ୍ରିୟାରେ’ ଏବଂ ‘ସାଥୀରେ ସାଥୀରେ ସାଥୀ ଯିବି’ ଆଦି ଗୀତ ଗାଇ ସେ ନିଜର ଏକ ପରିଚୟ ତିଆରି କରିପାରିଛନ୍ତି। ସେ ସବୁ ପ୍ରକାର ଗୀତ ଗାଇପାରନ୍ତି ସତ, ହେଲେ ରୋମାଣ୍ଟିକ୍‌ ଗୀତ ତାଙ୍କର ପ୍ରଥମ ପସନ୍ଦ ବୋଲି କହନ୍ତି ଏହି ଯୁବ କଣ୍ଠଶିଳ୍ପୀ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri