Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଆଜିଠାରୁ; ଇନିଂସ ଓପନ୍‌ କରିବେ ରୋହିତ

ବିଜୟନଗରମ, ୨୬।୯(ପି.ଟି.)- ସ୍ଥାନୀୟ ଡ. ପିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଆରମ୍ଭ ହେବ। ଅକ୍ଟୋବର ୨ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢିଯାଇଛି। ରୋହିତ ଶର୍ମାଙ୍କୁ ଏବେ ନୂଆ ରୂପରେ ଦେଖିବାକୁ ମିଳିବ। ସେ ଓପନର ହିସାବରେ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଦିନିକିଆରେ ସେ ଦୃଷ୍ଟାନ୍ତମୂଳକ ସଫଳତା ପାଇଥିଲେ ମଧ୍ୟ ଟେଷ୍ଟରେ ଏପର୍ଯ୍ୟନ୍ତ ସ୍ଥାନ ସ୍ଥିର କରିପାରିନାହାନ୍ତି। ରୋହିତ ଏଥର ଓପନର ହିସାବରେ କ୍ରିକେଟର ଏହି ଲମ୍ବା ଫର୍ମାଟ୍‌ରେ ଭାଗ୍ୟ ପରୀକ୍ଷା କରିବେ।
ଜାତୀୟ ଚୟନ କମିଟି ଓ ଟିମ୍‌ ମ୍ୟାନେଜମେଣ୍ଟ ରୋହିତଙ୍କୁ ଓପନର ହିସାବରେ ଖେଳାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ସେ ଏହି ଭୂମିକାରେ ଅବତୀର୍ଣ୍ଣ ହେବେ। ତେଣୁ ଆଗାମୀ ୫ଟି ଟେଷ୍ଟ ମ୍ୟାଚ୍‌ରେ ୩୨ ବର୍ଷୀୟ ରୋହିତ କର ବା ମର ସ୍ଥିତିର ସମ୍ମୁଖୀନ ହେବେ। ରୋହିତଙ୍କ ସହ ମୟଙ୍କ ଅଗ୍ରଓ୍ବାଲ ଇନିଂସ ଓପନ କରିବେ। ସେହିପରି ଦ୍ରୁତ ବୋଲର ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଞ୍ଜୁରି କାରଣରୁ ଯଶପ୍ରୀତ ବୁମ୍‌ରା ଦଳରୁ ବାଦ୍‌ ପଡିଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି। ତେଣୁ ସେ ଫାଫ୍‌ ଡୁପ୍ଲେସି ଓ ଏଡେନ ମାରକ୍ରାମ ତାଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବେ। ତେବେ ରୋହିତ ଫୋକସ୍‌ରେ ରହିବେ।
ରୋହିତ ଏପର୍ଯ୍ୟନ୍ତ ୨୭ଟି ଟେଷ୍ଟ ଖେଳି ୩୯.୬୨ ହାରରେ ରନ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ୩ଟି ଶତକ ସାମିଲ ରହିଛି। ତେଣୁ ସେ ନିଜ ପ୍ରତିଭା ତଥା କ୍ଷମାତ ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଉଦୀୟମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ମିଡଲ ଅର୍ଡରରେ ସେମାନଙ୍କ ସ୍ଥାନ ପକ୍କା କରିଛନ୍ତି।
କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଲୁନ୍‌ଗି ଏନ୍‌ଗିଡିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେହେଉଛି। ବିଶାଖାପାଟଣାରେ ଆସନ୍ତା ୨ ତାରିଖରେ ପ୍ରଥମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଏହି ମ୍ୟାଚ୍‌ ରିହରସାଲ ସଦୃଶ ହୋଇଛି। ନାଲି ଏସ୍‌ଜି, ଡ୍ୟୁକ୍‌ କିମ୍ବା କୁକାବୁରା ବଲ୍‌ରେ ରୋହିତଙ୍କ ଟେକ୍‌ନିକ୍‌ ନେଇ ସନ୍ଦେହ ସୃଷ୍ଟି ହୋଇଥିଲେ ମଧ୍ୟ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ସଫଳତାକୁ ଦୃଷ୍ଟିରେ ରଖି କୋହଲି ଓ ହେଡ୍‌ କୋଚ୍‌ ଶାସ୍ତ୍ରୀ ରୋହିତଙ୍କୁ ଇନିଂସ ଓପନ କରିବାର ରିସ୍କ ନେଇଛନ୍ତି। ଯଦି ଏହି ରଣନୀତି ସଫଳ ହେଲା ତାହାଲେ ଏହା ଏକ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହେବ। ନ ହେଲେ ଭାରତ ଏ’ ଦଳରେ ଓପନର ଶୁବମନ ଗିଲ, ଅଭିମନ୍ୟୁ ଈଶ୍ୱରନ ଓ ପ୍ରିୟଙ୍କ ପଞ୍ଚାଲ ରହିଛନ୍ତି। ଲୋକେଶ ରାହୁଲ ମଧ୍ୟ ଭଲ ପ୍ରଦର୍ଶନ କରି ପୁଣି ସ୍ଥାନ ଫେରିପାଇବାକୁ ପ୍ରୟାସ କରିବେ। ସେହିପରି ଆଘାତ ସମସ୍ୟା କାରଣରୁ ଯୁବ ଓପନର ପୃଥ୍ବୀ ଶ’ ମଧ୍ୟ ଦଳକୁ ଫେରିବାକୁ ବ୍ୟଗ୍ର ଅଛନ୍ତି। ରୋହିତ ଭାରତୀୟ ପିଚ୍‌ରେ ସଫଳ ହେଲେ ମଧ୍ୟ ନ୍ୟୁଜିଲାଣ୍ଡ ପିଚ୍‌ରେ ଏହା ଦୋହରାଇବେ ସେ ନେଇ କୌଣସି ଗ୍ୟାରେଣ୍ଟି ନାହିଁ। ଦିନିକିଆରେ ଶ୍ରେଷ୍ଠ ଓପନର ମାନ୍ୟତା ପାଇଥିଲେ ମଧ୍ୟ ରୋହିତଙ୍କ ପାଇଁ ଆଗକୁ ଅଗ୍ନି ପରୀକ୍ଷା ରହିଛି। ଆଗାମୀ ୬ ମାସ ମଧ୍ୟରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।
ବୋର୍ଡ ସଭାପତି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଚାଲ, ଅଭିମନ୍ୟୁ ଈଶ୍ୱରନ, କରୁନ ନାୟାର, ସିଦ୍ଧେଶ ଲାଡ, କେ.ଏସ. ଭରତ (ଉଇକେଟ କିପର), ଜଲାଜ ଏସ୍‌ ସାକସେନା, ଧର୍ମେନ୍ଦ୍ରସିନ ଜାଡେଜା, ଆଭେସ ଖାଁ, ଇଶାନ ପୋରେଲ, ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ- ଅଧିନାୟକ), ଥେଉନିସ୍‌ ଡି ବ୍ରୁଏନ, କ୍ୱିଣ୍ଟନ ଡିକକ, ଡିନ୍‌ ଏଲଗାର, ଜୁବେର ହମ୍‌ଜା, କେଶବ ମହାରାଜ, ଏଡେନ ମାରକ୍ରାମ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ ପିଟ୍‌, କାଗିସୋ ରାବାଡ଼ା ଓ ରୁଡି ସେକେଣ୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri