ଅଭିଷେକ ଶେୟାର କଲେ ଫିଲ୍ମ‘ବବ୍‌ ବିଶ୍ୱାସ’ର ଝଲକ

ବମ୍ବେ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ଅଭିଷେକ ଦବଦବା ସେତେଟା ଜଣାପଡେନାହିଁ। ଅନେକ ତାଙ୍କ ଅଭିନୟ ପ୍ରଭାବିତ କରୁ ନ ଥିବା ମତ ରଖନ୍ତି। ନିକଟରେ ବିକ୍କି କୌଶଲଙ୍କ ଫିଲ୍ମ ମନ ମର୍ଜିୟାରେ ସେ ନଜର ଆସିଥିଲେ। ତାପସୀଙ୍କ ସହ ତାଙ୍କର ଭୂମିକା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏବେ ଅଭିଷେକ ‘ବବ୍‌ ବିଶ୍ୱାସ’ରେ କାମ କରୁଛନ୍ତି। ଏହାର ଶୁଟିଂ କୋଲକାତାରେ ଚାଲୁ ରହିଛି। ଫିଲ୍ମରେ ଅଭିଷେକଙ୍କ ଲୁକ୍‌ କିଭଳି ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସେ ନିଜେ ଏହା ଉପରୁ କିଛିଟା ପରଦା ଉଠାଇଛନ୍ତି।

 

ସୋସିଆଲ ଆକାଉଣ୍ଟରେ ଶୁଟିଂ ପ୍ରଥମ ଦିନର ଦୁଇଟି ଫଟୋ ଶେୟାର କରିଛନ୍ତି ସେ। ଗୋଟିଏ ଫଟୋରେ ହଳେ ଚଷମା ସାଙ୍ଗକୁ ମୋଟୋରୋଲା କମ୍ପାନୀର ଫୋନ୍‌ ଦେଖିବାକୁ ମିଳୁଛି। ସେହିଭଳି ଆଉ ଏକ ଫଟୋରେ କ୍ଲିପ୍‌ବୋର୍ଡ ସହ ତାଙ୍କର ସାମାନ୍ୟ ଝଲକ ଦିଶୁଛି।

୨୦୧୨ ରିଲିଜ ହୋଇଥିବା ଫିଲ୍ମ ‘କାହାନୀ’ର ଖଳନାୟକ ଭୂମିକାରେ ନଜର ଆସିଥିବା ବବ୍‌ଙ୍କ ଜୀବନୀ ଉପରେ ଚଳଚ୍ଚିତ୍ରର କାହାଣୀଟି ପର୍ଯ୍ୟବେଶିତ। ଏହାର ନିର୍ଦ୍ଦେଶନା ସୁଜୋୟ ଘୋଷ କରିଥିବା ବେଳେ ଶାହରୁଖ ଖାଁ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

Share