ଅଭିଯୋଗ ପରେ ବି ଉଠୁନି ସବୁଜ ଆବର୍ଜନା

ଭୁବନେଶ୍ୱର, ୧୨।୯ (ବନ୍ଦନା ସେଠୀ):ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ସହ ସ୍ବଚ୍ଛ ରଖିବା ପାଇଁ ବିଏମ୍‌ସି ଦିନରାତି କାମ କରୁଛି। ନାଗରିକଙ୍କ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ମାଗଣାରେ ଆବର୍ଜନା ଉଠାଇବା ଭଳି ସ୍ବାଗତଯୋଗ୍ୟ ପଦକ୍ଷେପ ମଧ୍ୟ ନେଉଥିବା ଡେଙ୍ଗୁରା ପିଟୁଥିବାବେଳେ ଏସବୁ କେବଳ କଥା ଓ କାଗଜ କଲମରେ ଅଟକିଛି। ବାସ୍ତବରେ ସହରର ସ୍ବଚ୍ଛତା ପାଇଁ ଯେଉଁଭଳି ପଦକ୍ଷେପ ନେବା ଆବଶ୍ୟକ ତାହା ହେଉନାହିଁ। ବିଏମ୍‌ସି ନିଜେ ସହରକୁ ସଫା କରିବା ଦୂରର କଥା ଲୋକମାନେ ଅଭିଯୋଗ କଲେ ବି ତାହାର ସମାଧାନ କରାଯାଉ ନାହିଁ।
ରାସ୍ତା କଡ଼ରେ ସବୁଜ ଆବର୍ଜନା ଗଦା ହୋଇଥିବା ନେଇ ଆଶିଷ କୁମାର ପାତ୍ର ନାମକ ଜଣେ ଯୁବକ ଅଗଷ୍ଟ ୨୭ରୁ ‘ସଫା ଭୁବନେଶ୍ୱର’ ଆପ୍‌ ମାଧ୍ୟମରେ ବିଏମ୍‌ସିକୁ ଅଭିଯୋଗ କରିଥିଲେ ବି ଏ ଯାଏ ତାହା ଉଠିପାରି ନାହିଁ। ବର୍ଷାଦିନ ଥିବାରୁ ଏବେ ସହରରେ ସବୁଜ ଆବର୍ଜନା ଗଦା ହୋଇ ରହୁଛି। ତେଣୁ ଏହାକୁ ମାଗଣାରେ ଉଠାଇବା ପାଇଁ ବିଏମ୍‌ସି ଅଣ୍ଟା ଭିଡିଥିଲା। ଏନେଇ ଅଗଷ୍ଟ ୨୧ରେ ହୋଇଥିବା ବିଏମ୍‌ସି କଣ୍ଟ୍ରାକ୍ଟସ୍‌ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସବୁଜ ଆବର୍ଜନା, ନିର୍ମାଣ ଓ ଭଗ୍ନାବଶେଷ ସବୁ ବିନା ଶୁଳ୍କରେ ସଂଗ୍ରହ ତଥା ସ୍ଥାନାନ୍ତର କରାଯିବ। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସହରବାସୀ ଏହି ମାଗଣା ସୁବିଧା ଉପଭୋଗ କରି ପାରିବେ ବୋଲି ବିଏମ୍‌ସି ବାହାଦୁରି ମାରିଥିଲା। ସେହିପରି ପ୍ରତି ଜୋନରେ ୧୨ରୁ ୧୫ଟି ଲେଖାଏ ଗାଡି ବର୍ଜ୍ୟ, ନିର୍ମାଣ ଓ ଭଗ୍ନାବଶେଷ ଉଠାଇବା ପାଇଁ ଦିଆଯାଇଥିଲା। ମାତ୍ର ଘୋଷଣା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଭୁଲି ଯାଇଛି ବିଏମ୍‌ସି। ଫଳରେ ମାଗଣାରେ ଆବର୍ଜନା ଉଠାଇବା ଘୋଷଣା କେବଳ ଧୂଆଁବାଣରେ ପରିଣତ ହୋଇଛି। ଦିନେ କି ଦୁଇଦିନ ନୁହେଁ, ୧୫ଦିନରୁ ଊର୍ଦ୍ଧ୍ୱ ସମୟ ଧରି ବିଏମ୍‌ସି ଗୋଟିଏ ଅଭିଯୋଗର ସମାଧାନ କରିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri