‘ଅଭିଯୋଗକାରୀଙ୍କୁ ସୁରକ୍ଷା ଦିଆଯିବ’

ବାରିପଦା ଅଫିସ,୨୧।୭- ରାଜ୍ୟରେ ଦୁର୍ନୀତିକୁ ମୂଳୋପତ୍ାଟନ କରିବା ପାଇଁ ଲୋକାୟୁକ୍ତ ଗଠିତ ହୋଇଛି। ଏଥିରେ ରାଜ୍ୟର ସମସ୍ତ ଜନସାଧାରଣ ଦୁର୍ନୀତି ବିରୋଧରେ ଅଭିଯୋଗ କରିପାରିବେ। ଲୋକେ ବିନା ଭୟରେ ଅଭିଯୋଗ ଉପସ୍ଥାପନ କଲେ ପ୍ରଶାସନରେ ସ୍ବଚ୍ଛତା ଆସି ପାରିବ। ଅଭିଯୋଗକାରୀଙ୍କୁ ଲୋକୟୁକ୍ତଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶନବାର ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂ କହିଛନ୍ତି।
ଲୋକୟୁକ୍ତ ଅଧ୍ୟକ୍ଷ ସିଂ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ବାରିପଦା ଶହୀିଦ ସ୍ମୃତି ଭବନଠାରେ ଆୟେଜେିତ ଏକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲା ଦୌରା ଜଜ୍‌ ସଞ୍ଜୟ ରଞ୍ଜନ ବହିଦାର, ମାନସ ରଞ୍ଜନ ତ୍ରୀପାଠୀ, ଜିଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ଓ ଲେକାୟୁକ୍ତ ସଦସ୍ୟ ବୀରକିଶୋର ନାୟକ ଏବଂ ଡ.ଦେବବ୍ରତ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଲୋଚନା ବେଳେ ଲୋକାୟୁକ୍ତ ଆଇନ- ୨୦୧୪ ସମ୍ପର୍କରେ ସେମାନେ ଲୋକଙ୍କୁ ସଚେତନ କରାଇଥିଲେ। ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲୋକାୟୁକ୍ତ ଅଧ୍ୟକ୍ଷ ସିଂ କହିଥିଲେ, ଲୋକାୟୁକ୍ତଙ୍କ ନିକଟରେ କୌଣସି ଦର୍ନୀତି ସମ୍ପର୍କରେ ଅଭିଯୋଗ ହେଲେ ୬୦ ଦିନ ମଧ୍ୟରେ ଏହାର ତଦନ୍ତ କରାଯିବ। ଏହି ରିପୋର୍ଟ କୋର୍ଟକୁ ପ୍ରଦାନ କରାଯିବ। ୬ ମାସ ମଧ୍ୟରେ କୋର୍ଟ ରାୟ ଶୁଣାଇବେ। ଜନସାଧାରଣ ଲୋକାୟୁକ୍ତ ବ୍ୟବସ୍ଥା ଉପରେ ଭରସା ରଖି ଡାକ ଯୋଗେ ମଧ୍ୟ ସେସମାନଙ୍କ ଅଭିଯୋଗ ପଠାଇ ପାରିବେ। ଆଗକୁ ଅନ୍‌ଲାଇନ ମାଧ୍ୟମରେ ଲୋକେ ମଧ୍ୟ ଅଭିଯୋଗ କରି ପାରିବେ । ଏ ନେଇ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଲୋକାୟୁକ୍ତ ଗଠନ ହେବା ପରଠାରୁ ଠାରୁ ଜୁଲାଇ ୧୮ ତାରିଖ ସୁଦ୍ଧା ୨୬୭ ଟି ଅଭିଯୋଗ ମିଳିଛି। ଏହାମଧ୍ୟରେ ପ୍ରଥମେ ସମ୍ବଲପୁର ଓ ପରେ ମୟୂରଭଞ୍ଜ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସେ କହିଥିଲେ।