ଅଭିଯୁକ୍ତଙ୍କ ଗିରଫ ଦାବିରେ ଗର୍ଭବତୀ ନାବାଳିକାଙ୍କ ଧାରଣା

ଅଫିସ, ୩।୮: ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ଗତ ଦୁଇ ମାସ ପୂର୍ବେ ଜନୈକ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ସମ୍ପୃକ୍ତା ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ପୀଡ଼ିତାଙ୍କ ସମେତ ତାଙ୍କ ପରିବାର ଲୋକେ ଓ ଗ୍ରାମର ମହିଳାମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ପୂର୍ବରୁ ପୋଲିସ ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁକରି ଚୁପ୍‌ ବସିଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଏହି ଧାରଣା ଦିଆଯାଇଛି।