ଅଭିଯୁକ୍ତଙ୍କୁ ଗିରଫ କରିବାର ନାଁ ଧରୁନି ପୋଲିସ: ପୀଡିତାଙ୍କ ପରିବାରକୁ ହତ୍ୟା ଧମକ

ବିଞ୍ଝାରପୁର,୧୨।୧୦(ଡି.ଏନ.ଏ): ରାଜ୍ୟ ସରକାର ମୋ ସରକାର ଯୋଜନାର ସଫଳତା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ବଳାତ୍କାର ଓ ପ୍ରତାରଣାରେ ଶିକାର ହୋଇଥିବା ପୀଡିତାଙ୍କୁ ନ୍ୟାୟ ଦେବା ତ ଦୂରର କଥା, ଓଲଟି ବଳାତ୍କାରୀ ବିଜେଡି ନେତାଙ୍କୁ ସୁରକ୍ଷା ମିଳୁଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ମାମଲାକୁ ରଫାଦଫା କରିବା ପାଇଁ ଗୁରୁବାର ଅଭିଯୁକ୍ତଙ୍କ ସମ୍ପର୍କୀୟମାନେ ପୀଡିତାଙ୍କ ପରିବାରକୁ ହତ୍ୟା ଧମକ ଦେଇଥିବା ଜଣାପଡିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ନାମରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଗିରଫ କରି ଦାୟିତ୍ୱ ସାରିଦେଇଛି। ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହେବା ପଛରେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକା ଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶ ଯେ, କଏଣା-ରଘୁନାଥପୁର ପଞ୍ଚାୟତରେ ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିଞ୍ଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନ ୭ବର୍ଷ ଧରି ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ମାତ୍ର ପରେ ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟତ୍ର ବିବାହ ଉଦ୍ୟମ କରିଥିବା ନେଇ ସମ୍ପୃକ୍ତ ଯୁବତୀ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଞ୍ଝାରପୁର ପୋଲିସ ସେପ୍ଟେମ୍ବର ୨୩ରେ ଏକ ମାମଲା (ନଂ.୨୫୧/୧୯) ରୁଜୁ କରିଥିଲା। ଅଭିଯୁକ୍ତ ଜଣକ ଶାସକ ଦଳର ଯୁବନେତା ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାରେ ଅବହେଳା କରିଥିଲା ବୋଲି ପୀଡିତାଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ରମେଶ ପ୍ରଧାନ ଓ ତାଙ୍କ ଭିଣୋଇ ସନ୍ତୋଷ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଦୁଇ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଫେରାର୍‌ କରିଦେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଦୁଇଜଣ ଗିରଫ ହେବା ପରେ ପୋଲିସର ଅସଲ ଚେହେରା ଧରାପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଗାଡ଼ିରେ ବିଞ୍ଝାରପୁର ଥାନାର ଜଣେ ଅଧିକାରୀ କୁଆଡେ ଅନେକ ସମୟରେ ବୁଲିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଫେରାର୍‌ କରିଦେବାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଭୂମିକା ରହିଥିବା ଗିରଫ ସମ୍ପର୍କିୟ ଦ୍ୱୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କହିଥିବା ଶୁଣିବାକୁ ମିଳୁଛି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଫୋନ ଯାଞ୍ଚ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ଅବହେଳା ପ୍ରଦର୍ଶନ କରୁଥିବାବେଳେ ପୀଡିତାଙ୍କ ପରିବାରକୁ ହତ୍ୟା ଧମକ ମିଳିବା ନେଇ ଅସନ୍ତୋଷ ତୀବ୍ର ହୋଇଛି। ମାମଲା ପ୍ରତ୍ୟାହାର ନ କଲେ ପୀଡିତାଙ୍କୁ ହତ୍ୟା କରାଯିବ ବୋଲି ଖୁଲମଖୁଲା ଧମକ ମିଳିଛି। ଏ ସମ୍ପର୍କରେ ପୀଡିତାଙ୍କ ବାପା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଜଣକ ନିୟମିତ ଫୋନରେ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହେଉଥିବାବେଳେ ତାଙ୍କ ଏଟିଏମ କାର୍ଡରେ ବିଭିନ୍ନ ସ୍ଥାନରୁ ପଇସା ଉଠାଉଥିବା ନେଇ ଖବର ମିଳୁଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାହସ କରୁନାହିଁ ବୋଲି ଚର୍ଚ୍ଚା ହେଉଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ପୀଡିତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆଇଆଇସି ଶିବଚରଣ ବେହେରାଙ୍କୁ ପଚାରିବାରେ ପୋଲିସ ଥାନାଧିକାରୀ ଅଭିଯୁକ୍ତଙ୍କ ପରୋକ୍ଷରେ ସହାୟତା କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ। ସେହିପରି ପୀଡ଼ିତାଙ୍କ ପରିବାର ପକ୍ଷରୁ ହୋଇଥିବା ହତ୍ୟା ଧମକ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri