ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ ଦୂର କରିବା ଦିଗରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଡିସ୍‌ କହିଛି। ଭାରତର ଜିଡ଼ିପି ଅଭିବୃଦ୍ଧି ୨୦୧୮ରେ ୭.୪% ରହିବ ବୋଲି ଏହା କହିଥିଲା। ମାତ୍ର ୨୦୧୯ରେ ଏହା ୬.୨% ସ୍ତର ଛୁଇଁବା ନେଇ ମୁଡିସ୍‌ ପ୍ରଥମେ ପୂର୍ବାନୁମାନ କରିଥିବା ବେଳେ ଏହାକୁ ଦୁଇ ଥର କମାଇ ସାରିଛି। ପ୍ରଥମେ ଅଭିବୃଦ୍ଧି ପୂର୍ବାନୁମାନକୁ ୫.୮% ଏବଂ ପରେ ୫.୬%କୁ ହ୍ରାସ କରାଯାଇଛି। ଭାରତର ମାନ୍ଦାବସ୍ଥା ଅନୁମାନଠାରୁ ଅଧିକ ରହିଥିବା ଏହା ପ୍ରକାଶ କରିଛି। ଗତ ସପ୍ତାହରେ ଭାରତର କ୍ରେଡିଟ୍‌ ଆଉଟ୍‌ଲୁକକୁ ମୁଡିସ୍‌ ସ୍ଥିରରୁ ନେଗେଟିଭ କରିଛି। ବିଶେଷ ଭାବେ ନିବେଶରେ ହ୍ରାସ ଯୋଗୁ ଏହା ଚାହିଦାକୁ ମଧ୍ୟ ପ୍ରଭାବିତ କରିଥିବା ଏହାର ରିପୋର୍ଟରେ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ନିଯୁକ୍ତି ହ୍ରାସ ଏବଂ ଆର୍ଥତ୍କ ସମସ୍ୟା ଯୋଗୁ ଚାହିଦା ତ୍ୱରାନ୍ବିତ ହୋଇ ନ ଥିବା କୁହାଯାଇଛି।
ମୁଡିସ୍‌ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ ୨୦୨୦-୨୧ରେ ମୁଡିସ୍‌ ଏଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି। ୨୦୨୦ ଏବଂ ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ୬.୬% ଏବଂ ୬.୭% ରହିବ ବୋଲି ଆକଳନ କରାଯାଇଛି। ପୂର୍ବରୁ ହୋଇଥିବା ଅଭିବୃଦ୍ଧି ପୂର୍ବାନୁମାନଠାରୁ ଏହା ବହୁ ନିମ୍ନରେ ରହିଛି। ୨୦୧୮ ମଧ୍ୟ ଭାଗରୁ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଘଟି ଚାଲିଛି। ଦେଶର ଜିଡ଼ିପି ଅଭିବୃଦ୍ଧି ପ୍ରାୟ ୮%ରୁ ୫%କୁ ଖସିଛି। ଦେଶରେ ନିଯୁକ୍ତି ମଧ୍ୟ କମ୍‌ ହେଉଛି। ପୂର୍ବରୁ ନିଯୁକ୍ତି କମ୍‌ ରହିଥିଲେ ମଧ୍ୟ ଚାହିଦା ଉନ୍ନତ ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ଚାହିଦା କମିଯିବାରୁ ଉପୁଜିଥିବା ଏହା ପ୍ରକାଶ କରିଛି।
ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ପୋରେଟ ଟିକସକୁ ୩୦%ରୁ ହ୍ରାସ କରି ୨୨% କରାଯାଇଛି। ନୂଆ ମାନୁଫାକଚରିଂ କମ୍ପାନୀଗୁଡିକ ଲାଗି ଟିକସ ହାର ୧୫%କୁ କମିଛି। ନୂଆ ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଏଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟ ଏସୀୟ ଦେଶଗୁଡିକୁ ବିଚାର କରି ଟିକସ ହାର ହ୍ରାସ କରିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କ ପୁଞ୍ଜିକରଣ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ, ଅଟୋ ସେକ୍ଟରକୁ ସହାୟତା, ଭିତ୍ତିଭୂମି ନିବେଶ ଲାଗି ଯୋଜନା ଏବଂ ଷ୍ଟାର୍ଟଅପ୍‌ଗୁଡିକ ଲାଗି ଟିକସ ରିହାତିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି ଚାହିଦା ଏକ ପ୍ରମୁଖ କାରକ ହୋଇଥିବା ବେଳେ ଏହାକୁ ଫେରାଇ ଆଣିବା ଲାଗି ସରକାରୀ ପଦକ୍ଷେପଗୁଡିକ ସକ୍ଷମ ହୋଇ ନାହିଁ। ରିଜର୍ଭ ବ୍ୟାଙ୍କ ସୁଧହାର ଧାରା ଜାରି ରଖିବ ବୋଲି ଏହା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri