ଅଭିନୟ ଜଗତରେ ଡେବ୍ୟୁ କଲେ ସୁହାନା

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡ ବାଦଶାହ ଶାହରୁଖ ଖାଁଙ୍କ ଝିଅ ସୁହାନା ଶେଷରେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହୋଇଯାଇଛି। ୧୦ମିନିଟର ଏହି ଫିଲ୍ମରେ ସୁହାନା ଅଭିନୟ ବେଶ ଦମ୍‌ଦାର ହୋଇଛି। ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି। ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି। ସ୍କୁଲରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସୁହାନା। ଲଣ୍ଡନରେ ପଢା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି।

Share