ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ଶାହାରୁଖଙ୍କ ପୁଅ

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଏବେ ପରଦାକୁ ଆସିବାକୁ ବାକି ଅଛି ଆର୍ଯ୍ୟନ୍‌ ଖାଁଙ୍କର। ଶାହାରୁଖ ଖାଁଙ୍କ ବଡ ପୁଅ ହେଉଛନ୍ତି ଆର୍ଯ୍ୟନ୍‌। ସେ ବଲିଉଡରେ ଡେବ୍ୟୁ କରିପାରନ୍ତି ବୋଲି ଶୁଣାଯାଉଥିଲା। ଏବେ କିନ୍ତୁ ଏହାକୁ ନେଇ ଶାହାରୁଖ କିଛି ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ଆର୍ଯ୍ୟନ ଏବେ ଲସ୍‌ ଆଞ୍ଜେଲସରେ ଫିଲ୍ମ ମେକିଙ୍ଗ କୋର୍ସ କରୁଛନ୍ତି। ତେଣୁ ସେ ଅଭିନୟ ଅପେକ୍ଷା ଫିଲ୍ମ ମେକିଙ୍ଗ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ସାଧାରଣତଃ ଷ୍ଟାର କିଡମାନେ ଅଭିନୟକୁ ଅଧିକ ପସନ୍ଦ କରନ୍ତି। କିନ୍ତୁ ଆର୍ଯ୍ୟନଙ୍କ ପାଖେ ସେମିତି କିଛି ଗୁଣ ଦେଖାଯାଉ ନ ଥିବା ପ୍ରକାଶ କରିଛନ୍ତି ପିତା ଶାହାରୁଖ।

Share