ଅଭିନୟରେ ହଜିଯିବାକୁ ହୁଏ

ମୁମ୍ବାଇ: ଅଭିନୟ କରିବା ବେଳେ ନିଜକୁ ଭୁଲିଯିବାକୁ ହୁଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରକାଶ କରିଛନ୍ତି। ସାରା ‘କେଦାରନାଥ’ ଏବଂ ‘ସିମ୍ବା’ ଭଳି ଫିଲ୍ମରେ ଅଭିନୟ କରି ଗତବର୍ଷ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ। ଏହି ଦୁଇ ଫିଲ୍ମକୁ ସମାନ ଦୃଷ୍ଟିରେ ସେ ଦେଖନ୍ତି। ସଞ୍ଜୟ ଲୀଲା ଭଁସାଲିଙ୍କ ସହିତ ଏକ ପିରିୟଡ ଫିଲ୍ମରେ କାମ କରିବାକୁ ସେ ପସନ୍ଦ କରନ୍ତି। ସହରାଞ୍ଚଳ ଜୀବନଯାପନ ସହ ଜଡିତ ଫିଲ୍ମ, ପ୍ରେମ ଓ ହାସ୍ୟାଭିନୟ, ବ୍ୟବସାୟିକ ମସଲା ମୁଭି ଏପରି କି ଆକ୍ସନ ଓ ଥ୍ରିଲର ମୁଭି ଭଳି ସବୁ ପ୍ରକାର ଫିଲ୍ମ କରିବାକୁ ସେ ଆଗ୍ରହୀ ବୋଲି ସାରା କହିଛନ୍ତି। ସାରା ତାଙ୍କର ପରବର୍ତ୍ତୀ ଫିଲ୍ମ ଇମ୍‌ତିଆଜ ଅଲିଙ୍କ ‘ଲଭ୍‌ ଆଜ କାଲ’ର ଦ୍ୱିତୀୟ ଭାଗରେ ଅଭିନୟ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସୈଫ ଅଲି ଖାନ୍‌ ଏବଂ ଅମ୍ରିତା ସିଂଙ୍କ କନ୍ୟା। ‘କେଦାରନାଥ’ ଅଥବା ‘ସିମ୍ବା’ ହେଉ, ଅଭିନୟ ବେଳର ଭାବପ୍ରବଣତା ଓ ଅନୁଭୂତି ହୃଦୟରେ ସବୁଦିନ ପାଇଁ ଲାଖି ରହିଯାଏ ବୋଲି ସେ କହିଛନ୍ତି।

Share