ଅଭିନେତ୍ରୀ ହୋଇ ନ ଥିଲେ..

ବଲିଉଡ୍‌ରେ ପ୍ରିୟଙ୍କା ଚୋପ୍ରା ଜଣେ ପରିଚିତା ଅଭିନେତ୍ରୀ। ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ସେ ହଲିଉଡ୍‌ରେ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ। ହେଲେ ଜାଣିଛନ୍ତି, ଯଦି ପ୍ରିୟଙ୍କା ଅଭିନେତ୍ରୀ ହୋଇ ନ ଥାନ୍ତେ ତେବେ କ’ଣ କରିଥାଆନ୍ତେ ? ସେ ଜଣେ ଇଞ୍ଜିନିୟର କିମ୍ବା କ୍ରିମିନାଲ ସାଇକୋଲୋଜିଷ୍ଟ ହୋଇଥାଆନ୍ତେ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ପ୍ରିୟଙ୍କା ‘ମିସ୍‌ ଓ୍ବାଲର୍‌ଡ’ ମୁକୁଟ ବିଜୟିନୀ ହୋଇଥିଲେ। ସେତେବେଳ ତାଙ୍କୁ ହୋଇଥିଲା ମାତ୍ର ୧୮ବର୍ଷ। ବିଶେଷଭାବରେ ଜଙ୍କ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରିଥାଆନ୍ତି ସେ। ଏହାବ୍ୟତୀତ ପିଜା ଏବଂ ଫ୍ରେଞ୍ଚ ଫ୍ରାଇଜ ତାଙ୍କର ପସନ୍ଦୀୟ ଖାଦ୍ୟ। ‘ପିଗି ଚପ୍ସ’ ହେଉଛି ତାଙ୍କର ନିକ୍‌ ନେମ୍‌। ‘ବ୍ଲଫ୍‌ମାଷ୍ଟର’ ଶୁଟିଂ ସମୟରେ ତାଙ୍କୁ ଏହି ନାମରେ ଅଭିଷେକ ବଚ୍ଚନ ସମ୍ବୋଧନ କରିଥିଲେ। ‘ଦିଲଓ୍ବାଲେ ଦୁଲହନିୟଁ। ଲେ ଜାୟେଙ୍ଗେ’ ହେଉଛି ତାଙ୍କର ଅଲଟାଇମ୍‌ ଫେଭ୍‌ରାଇଟ୍‌ ଚଳଚ୍ଚିତ୍ର।

Share