ଅଭିନେତା ଭୀରୁ କ୍ରିଷ୍ଣନ୍‌ଙ୍କ ଦେହାନ୍ତ

ମୁମ୍ବାଇ,୮ା୯(ପି.ଟି.): ଇସ୍କ, ହମ୍‌ ହୈ ରାହି ପ୍ୟାର କେ, ରାଜା ହିନ୍ଦୁସ୍ଥାନୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତା ତଥା କଥକ ନୃତ୍ୟଶିଳ୍ପୀ ଭୀରୁ କ୍ରିଷ୍ଣନଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କର ଶେଷକୃତ୍ୟ ସାନ୍ତାକ୍ରୁଜ୍‌ସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ ସେ ପାର୍ଶ୍ୱ ଅଭିନେତା ଭାବେ କାର୍ଯ୍ୟ କରିଥିଲେ। ସେ କଥକ ନୃତ୍ୟ ଶିକ୍ଷା ଦେଉଥିଲେ। ପ୍ରିୟଙ୍କା ଚୋପ୍ରା, କାଟ୍ରିନା କେଫ୍‌, ଆଥିୟା ସେଟ୍ଟୀ, କରନବୀର ବୋହରା ପ୍ରମୁଖ ଅନେକ ଚଳଚ୍ଚିତ୍ର ଓ ଟିଭି କଳାକାର ତାଙ୍କ ପାଖରୁ କଥକ ନୃତ୍ୟ ଶିକ୍ଷା କରିଥିଲେ। ତାଙ୍କ ପରଲୋକରେ ସେଲିବ୍ରିଟିମାନେ ସୋସିଆଲ ମିଡିଅ ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି।

Share