Categories: ଜାତୀୟ

ଅଭିନେତା ଫିର୍ଦୋସଙ୍କୁ ଭାରତ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

କୋଲକାତା,୧୭ା୪: ପଶ୍ଚିମବଙ୍ଗ ରାଇଗଞ୍ଜ ଲୋକ ସଭା ଆସନର ଟିଏମ୍‌ସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରଓ୍ବାଲଙ୍କ ସପକ୍ଷରେ ବାଂଲାଦେଶୀ ଅଭିନେତା ଫିର୍ଦୋସ ଅହମ୍ମଦ ନିର୍ବାଚନ ପ୍ରଚାର କରିବା ପରେ ବିବାଦ ସୃଷ୍ଟି ହୋଇଛି। ଉତ୍ତର ଦିନାଜପୁର ଜିଲାରେ ଫିର୍ଦୋସଙ୍କ ସହ ପଶ୍ଚିମବଙ୍ଗର କଳାକାର ଅଙ୍କୁଶ ଓ ପାୟଲ ରବିବାର ଏକ ରୋଡ୍‌ ଶୋ’ ବେଳେ ଟିଏମ୍‌ସି ସପକ୍ଷରେ ଭୋଟ ମାଗୁଥିବା ଭିଡିଓ ଭାଇରାଲ ହୋଇଛି। ଟୁରିଷ୍ଟ ଭିଜାରେ ଭାରତ ଆସିଥିବା ଜଣେ ବିଦେଶୀ ଏଠାରେ ନିର୍ବାଚନ ପ୍ରଚାର କରିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଭାଜପା ସମାଲୋଚନା କରିଛି। ରାଜ୍ୟ ଭାଜପା ସଭାପତି ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ୍‌ ଅଫ୍‌ତାବ୍‌ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରିପୋର୍ଟ ପାଇବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଫିର୍ଦୋସଙ୍କ ଭିଜା ବାତିଲ କରିଛି। ଏହାସହ ତୁରନ୍ତ ଦେଶଛାଡ଼ି ଚାଲିଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share