ଅଭିନବ ପ୍ରୟାସ

ଓଡ଼ିଆ ସିନେମାର ବର୍ତ୍ତମାନର ଅବସ୍ଥାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ସିନେମା ଦେଖିବାକୁ ଦର୍ଶକ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି, ଅନ୍ୟ ପ୍ରାନ୍ତୀୟ ସିନେମାରୁ ଅଧିକାଂଶ ଓଡ଼ିଆ ସିନେମା କପି କରାଯାଉଛି-ଏପରି ଅନେକ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି। ତଥାପି ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବାକୁ କେତେ ଜଣ ପ୍ରଯୋଜକ ଅଣ୍ଟା ଭିଡିଛନ୍ତି। ଆଉ ଏପରି ଅଭିନବ ପ୍ରୟାସର ମଙ୍ଗ ଧରିଛନ୍ତି ପ୍ରଯୋଜକ ତଥା ଆଗଧାଡିର ଇଭେଣ୍ଟ ମ୍ୟାନେଜର ରମେଶ ବାରିକ। ଏହି ଗ୍ରୁପ୍‌ର ଚେୟାରମ୍ୟାନ ଦାୟିତ୍ୱ ସେ ନିର୍ବାହ କରୁଥିବାବେଳେ ଲୁଟୁ ମହାନ୍ତି (ସଭାପତି), ଲୋକନାଥ ଦାଶ (ଉପସଭାପତି), ରବୀନ୍ଦ୍ର ପଣ୍ଡା (ସମ୍ପାଦକ) ଏବଂ ଶ୍ରୀଧର ମାର୍ଥା (ସହ ସମ୍ପାଦକ) ଅଛନ୍ତି। ନିଜର ଆଭିମୁଖ୍ୟ ସମ୍ପର୍କରେ ରମେଶ କହନ୍ତି, ‘ଆମେ ପଞ୍ଚୁ ପାଣ୍ଡବ ଏକାଠି ହେବା ପରେ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଆ ସିନେମା ପ୍ରତି ଆମର କି କର୍ତ୍ତବ୍ୟ ରହିଛି ତାହା ସ୍ଥିର କରି ଆଗଉଛୁ। ସିନେମା ପ୍ରଯୋଜନା ତ ଜାରି ରହିବ। ତା’ସହ ଓଡ଼ିଆ କଳାକାରଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଆମେ ‘ଷ୍ଟାର ଫିଲ୍ମ ଆଓ୍ବାର୍ଡ’ ପ୍ରଦାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ। ମୋ ମତରେ ଆମ ପାଖରେ ଅନେକ ନିଚ୍ଛକ କାହାଣୀ ରହିଛି, ଯାହାକୁ ନେଇ ସୁନ୍ଦର ଓଡ଼ିଆ ସିନେମା ନିର୍ମାଣ କରିହେବ। ଏ ନେଇ ପ୍ରୟାସ ଜାରି ରଖିବୁ। ଏ ପର୍ଯ୍ୟନ୍ତ ମଁୁ ଯେତୋଟି ଓଡିଆ ସିନେମା ପ୍ରସ୍ତୁତ କରିଛି ସେଥିରେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦେଇଛି। ଆମର ଏପରି ଅଭିନବ ପ୍ରୟାସକୁ ଓଡ଼ିଆ ସିନେପ୍ରେମୀଙ୍କ ପ୍ରେରଣା ନିଶ୍ଚୟ ଆଗକୁ ଆଗେଇ ନେବ। ଅନ୍ୟପକ୍ଷରେ ବେଶ୍‌ କେତୋଟି ରିୟାଲିଟି ଶୋ’ ଆୟୋଜନ କରିବା ପରେ ମୁଁ ଏଥିପ୍ରତି ମଧ୍ୟ ଗୁରୁତ୍ୱ ଦେବି।’ ସୂଚନାଯୋଗ୍ୟ ‘ଟାଇଗର’, ‘ରୋମିଓ ଜୁଲିଅଟ୍‌’, ‘ଜଷ୍ଟ ମୋହବତ୍‌’, ‘ଦେଖାହେଲା ପ୍ରେମ ହେଲା’, ‘ବ୍ରେକ୍‌ଅପ୍‌ ଲଭ୍‌’ ପରେ ରମେଶ ଏବେ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ସମ୍ବିତ, ଦେବଜାନୀ ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ନିର୍ମିତ ହେବାକୁ ଯାଉଥିବା ଏକ ଅନଟାଇଟଲଡ୍‌ ଫିଲ୍ମର ପ୍ରାରମ୍ଭିକ କାମରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri