ଅଭିନବ ଢଙ୍ଗରେ ଭାଲେଣ୍ଟାଇନ ପାଳିଲା ସାମ୍‌ସଙ୍ଗ

ଭୁବନେଶ୍ୱର,୧୫।୨ : ପ୍ରମୁଖ କମ୍ପାନୀ ସାମସଙ୍ଗ ଏବଂ ରାମକୃଷ୍ଣ ଏଜେନ୍ସି ମିଳିତ ଭାବେ ଅଭିନବ ଢଙ୍ଗରେ ଭାଲେଣ୍ଟାଇନକୁ ପାଳନ କରିଛନ୍ତି। ସ୍ଥାନୀୟ ଲୁଇ ବ୍ରେଲୀ ଓ ରାଜଧାନୀ ସ୍କୁଲରେ ଦିବ୍ୟାଂଗ ପିଲାମାନଙ୍କ ଲାଗି ଉପହାର ଏବଂ ଖାଇବା ପ୍ୟାକେଟ ପ୍ରଦାନ କରାଯାଇଥିଲା। ଭଲ ପାଇବା ବାଣ୍ଟିବା ଉଦ୍ଦେଶ୍ୟରେ ଏହି ମହତ୍ତ କାର୍ଯ୍ୟ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏହି ଅବସରରେ ପିଲା ମାନେ ଫନ୍‌ ଆଣ୍ଡ ଗେମ୍‌ର ଭରପୂର ମଜା ନେଇଥିଲେ। କାର୍ଯ୍ୟକ୍ରମ ଅବସରରେ ସାମସଙ୍ଗ ଓଡିଶାର ଏସ୍‌ପିଡି ଯୋଗେନ୍ଦ୍ର ହଂସ, ଜେଡ୍‌ଏସ୍‌ଏମ୍‌ ଆଶୁତୋଷ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।