Categories: ଜାତୀୟ

ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣା ଭଳି ଘଟଣାକୁ ରୋକାଯିବ: ଏବେ ଡିଆର୍‌ଡିଓ ତିଆରି କରିବ ନୂଆ ସଫ୍ଟଓ୍ବେର

ନୂଆଦିଲ୍ଲୀ, ୨୬।୯: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଯୁଦ୍ଧ ବିମାନର ରେଡ଼ିଓ ଫ୍ରିକ୍ୱେନ୍ସି କାମ କରିବା ବନ୍ଦ କରିବାରୁ ଏହା ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲା। ରେଡ଼ିଓ ଫ୍ରିକ୍ୱେନ୍ସି ସଫ୍ଟଓ୍ବେର ଜାମ୍‌ ହେବାରୁ କଣ୍ଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ଏନେଇ ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେଥିପ୍ରତି ଧ୍ୟାନ ରଖାଯିବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଯୁଦ୍ଧ ବିମାନଗୁଡ଼ିକର ରେଡ଼ିଓ ଫ୍ରିକ୍ୱେନ୍ସି ଯେଭଳି ବନ୍ଦ ନହେବ ସେଭଳି ସଫ୍ଟଓ୍ବେର ତିଆରି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଡିଆର୍‌ଡିଓ ଏବେ ଏଥିପାଇଁ ନୂଆ ସଫ୍ଟଓ୍ବେର ତିଆରି କରିବ। ଯାହାଦ୍ୱାରା ଯୁଦ୍ଧ ବିମାନ ସହିତ କଣ୍ଟ୍ରୋଲ ରୁମ୍‌ର ଯୋଗାଯୋଗ ଆଉ ବିଚ୍ଛିନ୍ନ ହେବ ନାହିଁ।

Share