ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ଫିଲ୍ମ, ଏହି ଅଭିନେତାଙ୍କୁ ମିଳିଲା ଅନୁମତି

ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ନିକଟରେ ସରକାର ତାଙ୍କୁ ବୀର ଚକ୍ର ପ୍ରଦାନ କରିଥିଲେ। ଅଭିନନ୍ଦନଙ୍କୁ ନେଇ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଫିଲ୍ମ କରିବାର ଅନୁମତି ମିଳିଛି। ଫିଲ୍ମର ଶୁଟିଂ ଜମ୍ମୁ-କଶ୍ମୀର, ଦିଲ୍ଲୀ ଏବଂ ଆଗ୍ରାରେ କରାଯିବ। ୨୦୨୦ରେ ଫିଲ୍ମର ଶୁଟିଂ ଆରମ୍ଭ କରାଯିବ। ତିନିଟି ଭାଷା(ହିନ୍ଦୀ,ତେଲଗୁ ଏବଂ ତାମିଲ)ରେ ଏହି ଫିଲ୍ମ ନିର୍ମାଣ କରାଯିବ। ସୂଚନାଯୋଗ୍ୟ, ପାକିସ୍ତାନର ଏଫ୧୬ ଫାଇଟର ପ୍ଲେନକୁ ଆକ୍ରମଣ କରି ପାକିସ୍ତାନରୁ ଭାରତ ଫେରିଥିବା ପାଇଲଟ ଅଭିନନ୍ଦନଙ୍କ ସାହାସିକତାକୁ ସାରା ଦେଶରେ ପ୍ରଶଂସା କରାଯାଇଥିଲା।

Share