Categories: ଜାତୀୟ

ଅଭିନନ୍ଦନଙ୍କୁ ମିଳିପାରେ ସେନାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୮।୮: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସରକାର ସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଯୋଜନା ରହିଥିବା ଜଣାପଡିଛି। ଗତ ଫେବୃୟାରୀ ୨୭ରେ ମିଗ୍‌-୨୧ବାୟୁସେନା ବିମାନରେ ଥିବା ଅଭିନନ୍ଦନ ପାକିସ୍ତାନର ଏଫ୍‌-୧୬ ବିମାନଙ୍କୁ ଧ୍ୱଂସ କରିବା ଓ ପରେ ବାଲାକୋଟ ଆକ୍ରମଣରେ ବୀରତା ପ୍ରଦର୍ଶନ ପାଇଁ ତାଙ୍କୁ ସେନାର ‘ବୀର ଚକ୍ର’ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ବାଲାକୋଟ ଆକ୍ରମଣରେ ଭାରତୀୟ ବାୟୁସେନା ମିରାଜ-୨୦୦୦ର ବ୍ୟବହାର କରିଥିଲା। ସୂଚନାଯୋଗ୍ୟ, ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରିଥିଲା। ଏହାପରେ ଅଭିନନ୍ଦନ ଭୁଲ୍‌ ବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିବା ବେଳେ ସେଠାରେ ତାଙ୍କୁ ପାକିସ୍ତାନ ସେନା ଅଟକ ରଖିବା ସହ ବହୁ ବାଦ ବିବାଦ ପରେ ସୁରକ୍ଷିତ ଭାବେ ଭାରତକୁ ହସ୍ତାନ୍ତର କରିଥିଲା।

Share