ଅମିତାଭ୍‌ଙ୍କ ପସନ୍ଦର ଅଭିନେତ୍ରୀ ଆଲିଆ

ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’(କେବିକେ)ରେ ବିଗ୍‌ ବି ଅମିତାଭ ବଚ୍ଚନ ସବୁବେଳେ ପ୍ରତିଯୋଗୀଙ୍କ ସହ ମଜାଦାର କଥା ଶେୟାର କରିଥାନ୍ତି। ନିକଟରେ କେବିକେ ସିଜିନ୍‌-୧୧ରେ ନିଜ ମନପସନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିଛନ୍ତି। ଜଣେ ପ୍ରତିଯୋଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅମିତାଭ କହିଛନ୍ତି ଆଲିଆ ଭଟ୍ଟ ତାଙ୍କ ପସନ୍ଦର ଅଭିନେତ୍ରୀ। ଆଲିଆଙ୍କ ସହ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରିଛନ୍ତି। ସେ କ୍ୟାମେରା ସମ୍ମୁଖରେ ନିଜକୁ ସହଜ ମନେ କରିଥାନ୍ତି। ନିଜର ଭାବ ଭଙ୍ଗୀ ସାହାଯ୍ୟରେ ଭାବନାକୁ ପ୍ରକାଶ କରିଥାନ୍ତି ବୋଲି ଅମିତାଭ କହିଛନ୍ତି।

Share