ଅବ୍ୟବସ୍ଥାରେ ୧୧୦ବର୍ଷର ସ୍କୁଲ -୮ ଶ୍ରେଣୀ ପାଇଁ ୬ ଗୃହ

ନିରାକାରପୁର,୨୧ା୧(ଡି.ଏନ୍‌.ଏ.): ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଶିକ୍ଷା ବିଭାଗ ପକ୍ଷରୁ ଏହି ନାରା ଦିଆଯାଉଛି। ଭିତ୍ତିଭୂମି ସୁଦୃଢ ନ କରି ଏହି ନାରା ଦେବାର ଯଥାର୍ଥତା କେତେ ତାହା ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ ଗ୍ରାମରେ ଅବସ୍ଥାପିତ ୧୧୦ ବର୍ଷର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ସହଜରେ ଜଣାପଡେ। ୧୯୧୦ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ୯୯ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ। ଶିକ୍ଷାଦାନ ପାଇଁ ଅଛନ୍ତି ୭ଜଣ ଶିକ୍ଷକ। ପୂର୍ବରୁ ଏଠାରେ ପ୍ରଥମ ଶ୍ରେଣୀଠାରୁ ୭ମ ପର୍ଯ୍ୟନ୍ତ ରହିଥିଲା। କିଛିବର୍ଷ ହେଲା ୮ମ ଶ୍ରେଣୀ ଖୋଲିଛି ା ୮ ଶ୍ରେଣୀ ପାଇଁ ୭ଟି ଶ୍ରେଣୀଗୃହ ରହିଛି। ପୁଣି ସେଥିରୁ ଗୋଟିଏ ଗୃହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦିଆଯାଇଛି ା ସ୍ବତନ୍ତ୍ର ରୋଷେଇ ଗୃହ ନ ଥିବାରୁ ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା ଏକ ବିପଦପୂର୍ଣ୍ଣ ଗୃହରେ ରୋଷେଇ କର୍ଯ୍ୟ ଚାଲୁରହିଛି ା ସ୍କୁଲ ପରିସରରେ ଦୁଇଟି ଅର୍ଦ୍ଧନିର୍ମିତ ଗୃହ ଥିବାବେଳେ ଆଉ ଚାରିବଖରା ଆଜବେଷ୍ଟସ୍‌ ଘର ଫନୀ ବାତ୍ୟାରେ ଭାଙ୍ଗିଯାଇଛି। ଫନୀକୁ ଆଠମାସ ବିତିଯାଇଥିଲେ ମଧ୍ୟ ସହାୟତା କେବଳ କାଗଜ କଲମରେ ସୀମିତ ରହିଛି ା ଏ ନେଇ ଶିକ୍ଷକ ଅମ୍ଲାନ ପ୍ରହରାଜ କୁହନ୍ତି, ଫନୀରେ ଭାଙ୍ଗିଯାଇଥିବା ସ୍କୁଲ ଗୃହ ନିମନ୍ତେ ୨ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଛି, ହେଲେ ଏଯାଏ ମିଳିନି। ଏହି ଅର୍ଥରାଶି ମିଳିଲେ ଅର୍ଦ୍ଧନିର୍ମିତ ଗୃହ ଶେଷ ହୋଇପାରନ୍ତା। ଟାଙ୍ଗୀ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଅବଧୂତ ଚମ୍ପତିଙ୍କୁ ପଚାରିବାରୁ ସେ ବ୍ଲକ୍‌ କର୍ତ୍ତୃପକ୍ଷ ସହାୟତା ଦେଇ ନ ଥିବା କହିଥିଲେ। ଟାଙ୍ଗୀ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri