ଅବ୍ୟବସ୍ଥାରେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର:ନିରୀକ୍ଷକ, ସହାୟକ ପଦବୀ ଖାଲି

ବଅଁରପାଳ, ୧୫ା୬ (ଡି.ଏନ୍‌.ଏ)ପ୍ରାଣୀ ସମ୍ପଦର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଅନେକ ସମୟରେ ଗୃହ ଓ ଯନ୍ତ୍ରପାତି ନିଅଣ୍ଟ ସହ କର୍ମଚାରୀ ଅଭାବ ଯୋଗୁ ପ୍ରାଣୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି, ଯାହା ବଅଁରପାଳ ଅଞ୍ଚଳରେ ଦେଖିବାକୁ ମିଳିଛି।
ବଅଁରପାଳ ବ୍ଲକରେ ଗୋଟିଏ ବ୍ଲକ ସରକାରୀ ଚିକିତ୍ସାକେନ୍ଦ୍ର ଥିବାବେଳେ ୧୬ଟି ପ୍ରାଣୀଧନ କେନ୍ଦ୍ର ରହିଛି। ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ, ଜଣେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଥିବାବେଳେ ଦୀର୍ଘ ଦିନ ହେଲା ମୋବାଇଲ ଭେଟ୍‌ନାରି ଅଫିସର ପଦବୀ ଖାଲି ପଡ଼ିଛି। ଆଉ ଜଣେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମଧ୍ୟ ଆବଶ୍ୟକତା ରହିଛି। ସେହିପରି ଫୁଲପଡ଼ା ଓ କୁଲାଡ଼ ଅଞ୍ଚଳରେ ପ୍ରାଣୀଧନ କେନ୍ଦ୍ର ପ୍ରାଣୀ ନିରୀକ୍ଷକ ପଦବୀ ଖାଲି ପଡ଼ିଛି। ଫୁଲପଡ଼ା, ମହୀଧରପୁର, କୁରୁଡ଼ୁଲୁ, ଜରାସିଂହା, ବିମଳବେଡ଼ା, ମରାତିରା ଆଦି ୬ଟି କେନ୍ଦ୍ରରେ ସହାୟକ ପଦବୀ ପୂରଣ ହେଉନାହିଁ। ଏହି କେନ୍ଦ୍ର ଗୁଡ଼ିକରେ କର୍ମଚାରୀ ଅଭାବ ଯୋଗୁ ଲୋକେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଇପାରୁନାହାନ୍ତି। ଅନ୍ୟପକ୍ଷରେ ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରଟି ମରାମତି ଅଭାବରୁ ଶୋଚନୀୟ ହୋଇପଡିଲାଣି। ସେହିପରି କେନ୍ଦ୍ର ପରିସରରେ ଥିବା ନଳକୂଅରୁ ପାଣି ବାହାରୁ ନାହିଁ। ୨୦୦୬ ପ୍ରାଣୀ ଗଣନା ଅନୁସାରେ ଏହି କେନ୍ଦ୍ର ଅଧୀନରେ ୪୧ ହଜାର ଗୋରୁ, ୧୧ ଛେଳି ମେଣ୍ଢା ଓ ୫୦ ଘୁଷୁରି ରହିଛନ୍ତି। ବିଭିନ୍ନ ସମୟରେ ଗୋ ଚିକିସତ୍ା, ଟିକାଦାନ ଓ କୃତ୍ରିମ ପ୍ରଜନନ ପାଇଁ ଜନସାଧାରଣ ଏହି କେନ୍ଦ୍ରକୁ ଆସିଥାନ୍ତି। କିନ୍ତୁ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ନୂଆହତା, ବୁଢ଼ାପଙ୍କ, ଭୋଗବେରେଣୀ ଓ ତୁବେ ଆଦି ପଞ୍ଚାୟତରେ ନୂତନ ଭାବେ ୪ଟି ପ୍ରାଣୀଧନ କେନ୍ଦ୍ର ନିର୍ମାଣ ପାଇଁ ୩ ବର୍ଷ ହେଲା ଘର ନିର୍ମାଣ ସରିଛି। ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ସେହି ଅଞ୍ଚଳର ଲୋକେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ଅସୁବିଧା ଭୋଗୁଛନ୍ତି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରେ କହିଛନ୍ତି, ମରାମତି ଅଭାବରୁ ଚିକିତ୍ସା କେନ୍ଦ୍ର ଶୋଚନୀୟ ଅବସ୍ଥାରେ ରହିଛି। ସେହିପରି ମୋବାଇଲ ଭେଟ୍‌ନାରି ଅଧିକାରୀଙ୍କ ଆବଶ୍ୟକତା ଥିବାବେଳେ ବହୁ କେନ୍ଦ୍ରରେ ସହାୟକ ନାହାନ୍ତି। ନୂତନ ଭାବେ ନିର୍ମାଣ ହୋଇଥିବା କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଅସୁବିଧା ହେଉଛି। ତୁରନ୍ତ ଏହାର ସମାଧାନ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri