Posted inଫୁରସତ

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର ମନ କିପରି ଅଛି, ସେ ଖୁସି ଅଛି ନା ଦୁଃଖୀ ଏକଥା ଜାଣିବା ବହୁତ କଷ୍ଟକର। ହାତଗଣିତ ମଣିଷ ହିଁ ବିଲେଇର ମନୋଭାବକୁ ପଢ଼ିପାରିଥାନ୍ତି। କାନାଡ଼ାର ୟୁନିଭରସିଟି ଅଫ୍‌ ଗୁଏଲ୍ପର ଡିପାର୍ଟମେଣ୍ଟ ଅଫ୍‌ ଆନିମଲ ବାୟୋ ସାଇନ୍ସର ବିଶେଷଜ୍ଞମାନେ କରିଥିବା ଏକ ସର୍ଭେରୁ ଏପରି ତଥ୍ୟ ପଦାକୁ ଆସିଛି।
ବିଲେଇଙ୍କ ମୁହଁକୁ ଏହି ମାଂସାଶୀ ପ୍ରାଣୀକୁ କେତେ ବୁଝିପାରେ ମଣିଷ? ଏହାର ଉତ୍ତର ଖୋଜିବାକୁ ୟୁନିଭର୍ସିଟିର ବିଶେଷଜ୍ଞ ଟିମ୍‌ ପକ୍ଷରୁ କାନାଡ଼ାରେ ସର୍ଭେ କରାଯାଇଥିଲା, ଯେଉଁଥିରେ ସାମିଲ ହୋଇଥିଲେ ୮୫ ଦେଶର ୬୦୦୦ ଜଣ। ସର୍ଭେରେ ବିଭିନ୍ନ ପ୍ରଜାତିର ବିଲେଇଙ୍କ ଭିଡିଓ ପ୍ରଦର୍ଶିତ ହୋଇଥିଲା। ସର୍ଭେରେ ସାମିଲ ହୋଇଥିବା ୬୦% ଲୋକ ବିଲେଇଙ୍କ ହାବଭାବ ଦେଖି ସେମାନଙ୍କ ମନୋଭାବ ଜାଣିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୧୩% ହିଁ ୭୫% ସ୍କୋର କରିପାରିଥିଲେ। ଏଥିରୁ ଜଣାପଡ଼ିଛି, ବିଲେଇଙ୍କ ଚେହେରା ପଛରେ ଅନେକ ଭାବନା ଲୁଚି ରହିଥାଏ ହେଲେ ହାତଗଣତି ଲୋକ ହିଁ ତାକୁ ପଢ଼ିପାରିଥାନ୍ତି।
ଗବେଷଣା ଟିମ୍‌ର ପ୍ରମୁଖ ସଦସ୍ୟ ପ୍ରଫେସର ଜର୍ଜିଆ ମେସନଙ୍କ କହିବା କଥା, ତାଙ୍କ ପାଳିତ ବିଲେଇକୁ ଦେଖି ସେ ସହଜରେ କହିଦେଇପାରିବେ ତାଙ୍କ ବିଲେଇ ଖୁସି ଅଛି କି ଦୁଃଖୀ। ହେଲେ ଅଧିକାଂଶ ଲୋକଙ୍କ ପକ୍ଷେ ଏହା ବୁଝିବା କଷ୍ଟକର। ଏହାକୁ ଜାଣିବା ପାଇଁ ସେ କେତେଜଣ ବିଶେଷଜ୍ଞଙ୍କୁ ନେଇ ସର୍ଭେ କରିଥିଲେ। ଏଥି ଲାଗି ଅଲଗା ଅଲଗା ପ୍ରଜାତିର ଶବ୍ଦଶୂନ୍ୟ (ସାଇଲେଣ୍ଟ) ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ହେଲେ ଏଥିରେ ସେମାନଙ୍କ ମୁଖମଣ୍ଡଳ ବ୍ୟତୀତ ଅନ୍ୟ ସବୁ ଅଂଶକୁ ଲୁଚାଇ ଦିଆଯାଇଥିଲା। ବିଲେଇଟି କେଉଁ ପରିସ୍ଥିତିରେ ଅଛି ତାକୁ ପ୍ରଦର୍ଶନ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri