ଅବହେଳିତ ସଂସ୍କୃତ ବିଦ୍ୟାଳୟ: ଦୁର୍ଦ୍ଦଶାରେ୧୧୯ ଅନ୍ତେବାସୀ

ଖଇରା, ୨୬ା୮(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ପଞ୍ଚାୟତ ପରୁଷୋତ୍ତମପୁର ଗାଁ ଶେଷମୁଣ୍ଡରେ ରହିଛି ଦୂରଦେଇ ସଂସ୍କୃତ ବିଦ୍ୟାଳୟ । ୩୧ବର୍ଷ ତଳେ ସଂସ୍କୃତ ଶିକ୍ଷାର ପ୍ରଚାର ପ୍ରସାର ଲାଗି ଗଢି ଉଠିଥିଲା ଏହି ଶିକ୍ଷାନୁଷ୍ଠାନ। ଗାଁ ମୁଣ୍ଡରେ ଥିବା ଏକ ୩ କୋଠରି ବିଶିଷ୍ଟ ଚାଳ ଘରେ ପିଲାଙ୍କୁ ପାଠପଢା ଯାଉଛି। ସେହି କୋଠରିକୁ ମଧ୍ୟ ଛାତ୍ରାବାସ ଭାବେ ବ୍ୟବହାର କରାଯାଉଛି। ବର୍ତ୍ତମାନ ୧୧୯ ଅନ୍ତେବାସୀ ଅଧ୍ୟୟନ କରୁଛନ୍ତି। ଝାଟିମାଟିରେ ତିଆରି ଆଜବେଷ୍ଟସ୍‌ ଛପର ତଳେ ବିଦ୍ୟାଳୟ ଚାଲିଥିଲେ ମଧ୍ୟ ଏଥିପ୍ରତି ଶିକ୍ଷା ବିଭାଗର ନଜର ନାହିଁ ା ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ମଧ୍ୟରେ ଏଠାରେ ପାଠ ପଢୁଥିବା ପିଲାମାନେ ସମସ୍ତେ ଜନଜାତି ସମ୍ପ୍ରଦାୟର ା ମୟୂରଭଞ୍ଜ ଜିଲାରୁ ଏଠାକୁ ପାଠ ପଢ଼ିବାକୁ ଆସି ଦୁର୍ଦ୍ଦଶାମୟ ଜୀବନ ବିତାଉଛନ୍ତି।
୧୯୮୮ରେ ପ୍ରତିଷ୍ଠା ଲାଭ କରିଥିବା ଦୂରଦେଇ ସଂସ୍କୃତ ବିଦ୍ୟାଳୟ ଆରମ୍ଭରୁ ଅନେକ ସଂଘର୍ଷ ପଥ ଦେଇ ଗତି କରି ଆସିଛି ା ପ୍ରଥମେ ଯେଉଁ ସ୍ଥାନରେ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା ସେହି ଜାଗାକୁ ନେଇ ବିବାଦ ଉପୁଜିବାରୁ ପରେ ଏହା ନୂଆ ଜାଗାକୁ ଉଠି ଆସିଛି ା ସେହି ଜାଗା ଶିକ୍ଷାନୁଷ୍ଠାନ ନାମରେ ମଧ୍ୟ ହୋଇ ସାରିଛି। ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇ ନ ଥିବାରୁ ଶିକ୍ଷାନୁଷ୍ଠାନ ଚାଲିଥିବା ସ୍ଥାନକୁ ଯାତାୟାତର ସୁବିଧା ନାହିଁ ା ସାଧାରଣ ଗାଡି କିମ୍ବା ଆମ୍ବୁଲାନ୍ସ ଯିବା ଅସମ୍ଭବ ା ବର୍ଷାଦିନେ ହିଡ ଭଳି ପଡିଥିବା ଅଣଓସାରିଆ ରାସ୍ତା ଏକମାତ୍ର ବିକଳ୍ପ ା ଦୂରରୁ ଦେଖିଲେ କେହି ଏହାକୁ ଶିକ୍ଷାନୁଷ୍ଠାନ ବୋଲି ଭାବିବେ ନାହିଁ ା ଝାଟିମାଟିରେ ତିଆରି ଘର ଅବସ୍ଥା ଭଲ ନାହଁି ବୋଲି ଅନ୍ତେବାସୀ କହିଛନ୍ତି। ଗୋଟିଏ ଛପର ତଳେ ଥିବା ୩ କୋଠରି ମଧ୍ୟରୁ ୨ଟିରେ ବିଦ୍ୟାଳୟ ଏବଂ ଛାତ୍ରାବାସ ଚାଲଛି । ଅନ୍ୟ ଏକ କୋଠରିରେ ଖାଦ୍ୟ ରନ୍ଧାଯାଉଛି ା ଦିନବେଳା ବେଞ୍ଚ ଡେସ୍କରେ ବସି ପିଲାମାନେ ପାଠ ପଢନ୍ତି । ରାତିରେ ସେହି ବେଞ୍ଚ ଡେସ୍କରେ ବସି ଖାଇବା ପରେ ଶୋଇପଡନ୍ତି । ବର୍ଷାଦିନେ ଘର ତଳି ମାଟି ସନ୍ତସନ୍ତିଆ ହୋଇ ଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ଲାଗି ରହୁଛି। ଘରର କେତେକ ସ୍ଥାନରେ ଥିବା ଗାତରୁ ସାପ ବାହାରୁଥିବା ୧୦ମ ଶ୍ରେଣୀ ଛାତ୍ର ବ୍ରଜ ଜାରକା କହିଛନ୍ତି । ସେଠାରେ ଥିବା ପଲିଥିନ ଘେରା ପାଇଖାନା ଦେଖିଲେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା କେତେ ସଫଳ ତାହା ଅନୁମାନ କରିହୁଏ।
୧୯୯୨ରେ ସ୍ବୀକୃତି ଲାଭ କରିଥିବା ଏହି ଶିକ୍ଷାନୁଷ୍ଠାନର ପରିବେଶ ତଥା ଭିତ୍ତିଭୂମର ବିକାଶ ଲାଗି ଶିକ୍ଷା ପ୍ରଶାସନ କେବେ ଦୃଷ୍ଟି ଦେଇ ନ ଥିବାରୁ ଏହା ଅବହେଳିତ ହୋଇରହିଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରି ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ସମ୍ପ୍ରତି ପଞ୍ଚାୟତ ମାଧ୍ୟମରେ ଚତୁର୍ଦ୍ଦଶ ଅର୍ଥ କମିଶନରୁ ବିଦ୍ୟାଳୟର ପାଚେରି ନିର୍ମାଣ ଲାଗି ୧ଲକ୍ଷ ଟଙ୍କା ଦିଆଯାଇଛି ା ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ବୃଦ୍ଧି ହେବା ଦରକାର ବୋଲି ନବମ ଶ୍ରେଣୀର ଛାତ୍ର ଗେଡେ ହେମ୍ରମ କହିଛନ୍ତି ା ଏ ସମ୍ପର୍କରେ ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ଶଙ୍ଖୁଆଙ୍କୁ ପଚାରିବାରୁ କହିଛନ୍ତି, ଭିତ୍ତିଭୂମିର ବିକାଶ ଲାଗି ଅର୍ଥ ମଞ୍ଜୁରୀ ମିଳିଛି। ବର୍ଷା ଋତୁ ପରେ ଛାତଘର ନିର୍ମାଣ କରାଯାଇ ପିଲାଙ୍କୁ ସ୍ଥାନାନ୍ତର କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri