ଅବହେଳିତ ଗୋନାସିକା ‘ଗୁପ୍ତଗଙ୍ଗା’

କେନ୍ଦୁଝର, ୫।୧୨(ଡି.ଏନ.ଏ.)-ଲୋକମୁଖରେ ଗଙ୍ଗା ନଦୀଠାରୁ ବାରବର୍ଷ ବଡ଼ ପୁଣ୍ୟତୋୟା ବୈତରଣୀ ଅନେକ ଧାର୍ମିକ ବିଶ୍ୱାସ ଓ ଭାବଧାରା ସହ ଜଡିତ। ସୁମେରୁ ପାହାଡ଼ରୁ ବାହାରିଥିବା ଏହି ବୈତରଣୀକୁ ଅନେକ ଭକ୍ତିର ସହ ପ୍ରଣାମ କରୁଥିବାବେଳେ ଏହା ଧାମରା ନିକଟରେ ବଙ୍ଗୋପସାଗରରେ ଲୀନ ହେବା ପୂର୍ବରୁ ଅନେକ ମହାଦେବଙ୍କ ମନ୍ଦିର ଅତିକ୍ରମ କରିଯାଇଛି । ଆଦି ପୀଠ ବ୍ରହ୍ମେଶ୍ୱରଙ୍କଠାରୁ ଆରମ୍ଭ କରି ଜିଲାର ଅନ୍ୟତମ ଶୈବପୀଠ ଭାବେ ସୁପରିଚିତ ହାବଳେଶ୍ୱର ଶିବ ମନ୍ଦିର ରହିଛି । ବୈତରଣୀ ଅନେକଙ୍କ ପାଇଁ ପ୍ରାତଃ ସ୍ମରଣୀୟ ହୋଇଥିବାବେଳେ ଏହାର ମୂଳାଧାର ଅବହେଳିତ ଅବସ୍ଥାରେ ଥିବାରୁ ଏହା ଧାର୍ମିକ ଭାବନା ଉପରେ କୁଠାରାଘାତ ହେଉଥିବା ମଧ୍ୟ ଆଲୋଚନା ହେଉଛି।
କେନ୍ଦୁଝର ଜିଲା ସଦର ମହକୁମାରୁ ବାୟାପଣ୍ଡାଦର ଦେଇ ଗୋନାସିକା-ଗୁପ୍ତଗଙ୍ଗା ୩୦ କି.ମି. ରାସ୍ତା ହୋଇଥିବାବେଳେ ବକ୍ସିବାରିଗାଁ ଦେଇ ଏହି ପୀଠକୁ ଯିବା ପାଇଁ ୪୦ କି.ମି.ରାସ୍ତା ପଡିଥାଏ। ବ୍ରହ୍ମେଶ୍ୱରଙ୍କ ମନ୍ଦିରଠାରୁ ଗୁପ୍ତଗଙ୍ଗାକୁ ଯିବା ପାଇଁ କୌଣସି ବିଶେଷ ସୂଚନା ନ ଥିବାବେଳେ ଗତ କିଛିବର୍ଷ ତଳେ ଏଠାରେ ଗଙ୍ଗାଦେବୀଙ୍କ ପ୍ରତିମା ସ୍ଥାପନା କରାଯାଇ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଉଛି । ଜଣେ ବାବା ଏଠାରେ ଅବସ୍ଥାନ କରି ପୂଜାପାଠ କରୁଥିବାବେଳେ ତାଙ୍କ ବୃଦ୍ଧାବସ୍ଥା ଲାଗି ଏବେ ସେ ଆଉ ପୂଜା କରିପାରୁନାହାନ୍ତି। ଗୁପ୍ତଗଙ୍ଗାର ସ୍ଥାୟୀ ବାସିନ୍ଦା ରଞ୍ଜନ ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ଏଠାରେ ପ୍ରତ୍ୟେକ ଦିନ ପୂଜା କରିଆସୁଛନ୍ତି। ଏହି ଗୁପ୍ତଗଙ୍ଗାକୁ ଯିବା ପାଇଁ ପର୍ଯ୍ୟଟକଙ୍କ ସୁବିଧା କିମ୍ବା ସୂଚନା ପାଇଁ କୌଣସି ଫଳକ ବା ସୂଚନା ଖୁଣ୍ଟି ନ ଥିବାରୁ ଏହି ପୀଠ ସମ୍ପର୍କରେ ବିଶେଷ ପ୍ରଚାର ହୋଇପାରୁ ନାହିଁ ା ଅନେକ ଅଲୌକିକ ଘଟଣାର ଏହି ପୀଠ ଅବହେଳିତ ଅବସ୍ଥାରେ ପଡିରହିଥିବାବେଳେ ମକର, ବାରୁଣୀଯାତ୍ରା ଓ ଶ୍ରାବଣମାସରେ ଭକ୍ତଙ୍କର ବିଶେଷ ଭିଡ଼ ଦେଖିବାକୁ ମିଳିଥାଏ ା କେନ୍ଦୁଝର ଜିଲା ସମେତ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଗୁପ୍ତଗଙ୍ଗାରେ ଅସ୍ଥି ବିସର୍ଜନ ମଧ୍ୟ କରିଥାନ୍ତି। କିନ୍ତୁ ଏଠାରେ ଲୋକଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଭକ୍ତଙ୍କ ସ୍ନାନ ପାଇଁ ଗାଧୋଇବା କୁଣ୍ଡ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ଅସ୍ଥି ବିସର୍ଜନ କରୁଥିବା ଲୋକେ କେବଳ ପାଣି ଛିଞ୍ଚି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଗୁପ୍ତଗଙ୍ଗାକୁ ଏଯାଏ ବିଜୁଳି ଆଲୋକର ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ପୂର୍ବରୁ ଭକ୍ତମାନେ ଏହି ସ୍ଥାନ ଛାଡିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। କେନ୍ଦୁଝର ଜିଲାରେ ପର୍ଯ୍ୟଟନ ପୀଠଗୁଡିକୁ ବିକଶିତ କରିବା ପାଇଁ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ ରହୁଥିବାବେଳେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିଲେ ମଧ୍ୟ କେବଳ ଗୋନାସିକା-ଗୁପ୍ତଗଙ୍ଗା ନୁହେଁ ଅନେକ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରୁନାହିଁ। ତେବେ ପୁଣ୍ୟତୋୟା ବୈତରଣୀର ଉପତ୍ତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗାର ସାମଗ୍ରିକ ବିକାଶ ସହିତ ଏଥିରେ ସ୍ନାନକୁଣ୍ଡ, ବିଜୁଳିବ୍ୟବସ୍ଥା ଆଉ କଲ୍ୟାଣମଣ୍ଡପ ନିର୍ମାଣ କରାଗଲେ ଏହି ସ୍ଥାନର ବିକାଶ ହେବା ସାଙ୍ଗକୁ ପୁରାତନ ପୀଠକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri