ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି। ଆଇଆଇଟି କାନପୁର୍‌ର ବୈଜ୍ଞାନିକମାନେ ଦୀର୍ଘବର୍ଷ ଗବେଷଣା ପରେ ଜାଣିବାକୁ ପାଇଛନ୍ତି, ଯଦି ଶାସ୍ତ୍ରୀୟ ସଂଗୀତର ରାଗ ଭୀମ ପଲାସୀ ଏବଂ ରାଗ ଦରବାରୀକୁ କିଛି ସମୟ ପାଇଁ ଶୁଣାଯାଏ, ତେବେ ମାନସିକ ଅବସାଦରେ ହ୍ରାସ ଅଣାଯାଇପାରିବ। ଗବେଷଣା ଅନୁସାରେ, ମଣିଷ ମସ୍ତିଷ୍କରେ ନ୍ୟୁରନ୍ସ ଥାଏ। ଏହା ଏକ ପ୍ରକାରର କୋଷିକା ଯାହା, ଇଲେକ୍ଟ୍ରୋ ମ୍ୟାଗନେଟିକ୍‌ ତରଙ୍ଗ ଜରିଆରେ ସନ୍ଦେଶର ଆଦାନ ପ୍ରଦାନ କରିଥାଏ। କିନ୍ତୁ ମାନସିକ ଅବସାଦ ସ୍ଥିତିରେ ଏହି କୋଷିକା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ମସ୍ତିଷ୍କରେ ଥକ୍କାପଣ ଏବଂ ଅବସାଦ ସୃଷ୍ଟି ହୋଇ ତାକୁ ଦୁର୍ବଳ କରିପକାଏ। ଏଭଳି ପରିସ୍ଥିତିରେ ଯଦି ରାଗ ଭୀମପଲାସୀ ଏବଂ ରାଗ ଦରବାରୀ ଶୁଣାଯାଏ, ତେବେ ମସ୍ତିଷ୍କର କୋଷିକା ସକ୍ରିୟ ହୋଇ ଉଠିଥାଏ। ଗବେଷଣା ପାଇଁ ବୈଜ୍ଞାନିକମାନେ ନିଜ ଇନ୍‌ଷ୍ଟିଚ୍ୟୁଟ୍‌ର କିଛି ଛାତ୍ରଙ୍କୁ ଶାସ୍ତ୍ରୀୟ ସଂଗୀତ ଶୁଣିବାକୁ କହିଥିଲେ। କିଛି ଦିନ ପରେ ଦେଖିବାକୁ ମିଳିଲା, ଏହି ସଂଗୀତ ସେମାନଙ୍କ ଭିତରେ ଥିବା ଚିଡ଼ିଚିଡ଼ା ସ୍ବଭାବ, ଅନ୍ୟମନସ୍କତା ଏବଂ ମାନସିକ ଚିନ୍ତାକୁ ହ୍ରାସ କରିଛି। ଗବେଷଣାରୁ ଜଣାପଡ଼ିଛି, ଏହି ରାଗକୁ ଶୁଣିବାର ୧୦୦ ସେକେଣ୍ଡ୍‌ ମଧ୍ୟରେ ମସ୍ତିଷ୍କର ନ୍ୟୁରନ୍ସ୍‌ ସକ୍ରିୟ ହୋଇଯାଏ। ତେବେ ଭୀମପଲାସୀ ରାଗକୁ ଦିନରେ ଏବଂ ରାଗ ଦରବାରୀକୁ ରାତିରେ ଶୁଣିବା ଦ୍ୱାରା ବିଶେଷ ପରିଣାମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri