Categories: ଜାତୀୟ

ଅବସର ନେବ ବାୟୁସେନା ଯୁଦ୍ଧ ବିମାନ ମିଗ-୨୭

ନୂଆଦିଲ୍ଲୀ,୪।୧୧: ଦୀର୍ଘ ୩୫ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସୁଥିବା ଯୁଦ୍ଧ ବିମାନ ମିଗ୍‌-୨୭କୁ ଆଗାମୀ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟରୁ ନିବୃତ୍ତ କରାଯିବ। ଯୋଧପୁର ଯୁଦ୍ଧ ବିମାନ ଘାଟିରେ ଏକ ବିଦାୟ ସମାରୋହର ଆୟୋଜନ କରାଯିବ। ଏହି ବିମାନ ସହ ଜଡିତ ସେନା ଅଧିକାରୀଙ୍କ ବ୍ୟତୀତ ବାୟୁସେନାର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଅଧିକାରୀ ଏହି ସମାରୋହରେ ଯୋଗ ଦେବେ। ୧୯୮୪ ମସିହାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହି ଯୁଦ୍ଧ ବିମାନର ନାଁ ବାହାଦୁର ବା ସାହାସୀ ରଖାଯାଇଥିଲା।

Share