ଅବସର ନେବେ ଅମିତାଭ !

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଅବସର ନେବେ ବୋଲି ତାଙ୍କ ବ୍ଲଗ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ୧୯୬୯ରୁ ‘ସାତ ହିନ୍ଦୁସ୍ତାନୀ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ବିଟାଉନରେ ୫୦ ବର୍ଷ ପୂରଣ କରି ସାରିଛନ୍ତି। ବିନା କୌଣସି ବିରତିରେ ସେ ଏହି ୫୦ ବର୍ଷ ପୂରଣ କରିଛନ୍ତି। ନିକଟରେ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲି ପହଞ୍ଚିଥିଲେ। ହେଲେ ସେଠାରେ ସେ ଏକ ବ୍ଲଗ୍‌ ଲେଖି ସୂଚନା ଦେଇଛନ୍ତି କି ସେ ହୁଏତ ଅବସର ନେଇପାରନ୍ତି। ଉକ୍ତ ବ୍ଲଗରେ ସେ ଲେଖିଛନ୍ତି ମନାଲି ପହଞ୍ଚିବାକୁ ତାଙ୍କୁ ୧୨ ଘଣ୍ଟା ସମୟ ଲାଗିଛି। ଏପଟେ ରାସ୍ତା ମଧ୍ୟ ଠିକ୍‌ ନାହିଁ। ସେଠାରେ ରହିବା ଓ ପରିବେଶ ମଧ୍ୟ ତାଙ୍କୁ ଠିକ୍‌ ଲାଗି ନାହିଁ ବୋଲି ଲେଖିବା ସହ ସେ ଅବସର ନେବା ଆବଶ୍ୟକ ବୋଲି କହିଛନ୍ତି। କାରଣ ଏବେ ମନ ଗୋଟିଏ ଆଡେ ଯିବା ବେଳେ ଆଙ୍ଗୁଠି ଆଉ ଗୋଟେ ଆଡେ ଯାଉଛି। ଏସବୁ ଲେଖା ଦେଖିବା ପରେ ଅନୁମାନ କରାଯାଉଛି କି ଅମିତାଭ ଏବେ ଅବସର ନେବାକୁ ବୋଧହୁଏ ପ୍ରସ୍ତୁତ ହେଉଛନ୍ତି।

Share