ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ଦାନ

ବଡ଼ସାହି,୬ା୫(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୧ ହଜାର ଟଙ୍କା ଦାନ କରାଯାଇଛି। ସଂଘର ସଦସ୍ୟ ରଣଜିତ କୁମାର ଦାସଙ୍କ ସହିତ ବସନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର ଜେନା,ସନ୍ତୋଷ ବେହେରା ଓ ଅନ୍ୟ ସଦସ୍ୟମାନେ ବିଡ଼ିଓ ଦିଲ୍ଲୀପ କୁମାର ମହାରଣାଙ୍କୁ ଏହି ସହୟତା ଚେକ ପ୍ରଦାନ କରିଛନ୍ତି ।